ସହରର ସମସ୍ୟା ନେଇ ବିଧାୟକଙ୍କ ସହ ଆଲୋଚନା
ଘୁ.ଉଦୟଗିରି : ପୂର୍ବତନ ଘୁ.ଉଦୟଗିରି ନଗର କଂଗ୍ରେସ ସଭାପତିି ଗଗନ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କଂଗ୍ରେସ କର୍ମୀ ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଯୁବନେତା ଶଶାନନ୍ଦ ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ରମାକାନ୍ତ ମହାପାତ୍ର, ବୀରେନ୍ଦ୍ର ମହାମଳିକ, କାଉନସିଲର ପ୍ରାର୍ଥୀ ଶୁଭ୍ରମନୁ୍ୟ ନାୟକ, ରାଜେଶ ସାହୁ, ଉମେଶ ପ୍ରଧାନ, ଅଜିତ ନାୟକ, ସନ୍ତୋଷ ପ୍ରଧାନ, ଯଶବନ୍ତ ପ୍ରଧାନ, ମହାନନ୍ଦ ପ୍ରଧାନ, ରୁବେନ କୁମାର ପ୍ରଧାନ, ଅନିଲ କୁମାର ପ୍ରଧାନ, ସଞ୍ଜୟ ଦିଗାଳ, ଦିଲୀପ ନାୟକ, କରଣ ପାଲ ପ୍ରଧାନ, ଦୀପକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମୟରେ ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଶିଶୁ ରୋଗ ବିଶେଷଜ୍ଞ, ମେଡିସିନ୍ ସ୍ପେଶାଲିଷ୍ଟ ସମେତ ଅନ୍ୟାନ୍ୟ ପଦବୀ ପୂରଣ ପାଇଁ ଦାବି କରିଥିଲେ ଯୁବନେତା ଗଗନ କୁମାର ପ୍ରଧାନ ଓ ବରିଷ୍ଠ କଂଗ୍ରେସ ନେତା ରମାକାନ୍ତ ମହାପାତ୍ର । ଏହା ସହ ବାଇପାସ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ସରକାରଙ୍କ ପାଖରେ ଘୁ.ଉଦୟଗିରିକୁ ଉପଖଣ୍ଡ ମାନ୍ୟତା ପ୍ରଦାନ ନିମନ୍ତେ ଦାବି ଉପସ୍ଥାପନା କରିବା, ସହରର ମୁଖ୍ୟ ରାସ୍ତା ପାର୍ଶ୍ୱରେ ବିପଦ ସଂକୁଳ ଅବସ୍ଥାରେ ବେପାର କରୁଥିବା ପରିବା ଚାଷୀ ଓ ବେପାରୀଙ୍କୁ ସ୍ୱତନ୍ତ୍ର ସ୍ଥାନ ଯୋଗାଇବା, ଶୀତଳ ଭଣ୍ଡାରର ପୁନରୁଦ୍ଧାର, ସହରରୁ ବିଭିନ୍ନ ସହରକୁ ସରକାରୀ ବସ ଚଳାଚଳ, ଚାଷ ଜମିକୁ ଜଳସେଚନ ସମେତ ସିର୍କି ଘାଇର ପୁନରୁଦ୍ଧାର ଇତ୍ୟାଦି ବିଭିନ୍ନ ସମସ୍ୟାକୁ ନେଇ ବିଧାୟକଙ୍କ ସହ ଆଲୋଚନା କରିଥିଲେ କଂଗ୍ରେସର ନେତା ଓ କର୍ମୀ ।