ମିଳିତ ଜନଶୁଣାଣି ଶିବିର
ନୀଳଗିରି : ସ୍ଥାନୀୟ ପଞ୍ଚାୟତସମିତି ସମ୍ମିଳନୀ କକ୍ଷରେ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଏବଂ ଆରକ୍ଷୀ ଅଧିକ୍ଷକ ରାଜ ପ୍ରାସାଦଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ହେମନ୍ତ ସିଂହ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସୁଶାନ୍ତ ନାୟକ, ସ୍ଥାନୀୟ ଉପଜିଲ୍ଲାପାଳ ଶୁଭଶ୍ରୀ ରଥ, ତହସିଲଦାର ସୋନମ୍ ଦାସ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିକ୍ରମ କେଶରୀ ପରିଡ଼ା ପ୍ରମୁଖଙ୍କ ସମେତ ଜିଲ୍ଲା ଓ ଉପଖଣ୍ଡସ୍ତରୀୟ ବିଭିନ୍ନ ବିଭାଗୀୟ ପଦାଧିକାରୀ ଉପସ୍ଥିତ ରହିଥିଲେ । ନୀଳଗିରି ବ୍ଲକ ଅଧିନସ୍ଥ ୨୫ଟି ପଞ୍ଚାୟତରୁ ୧୦୪ଜଣ ଅଭିଯୋଗକାରୀ ନାମ ପଞ୍ଜିକରଣ କରି ଅଭିଯୋଗ ଉପସ୍ଥାପନ କରିଥିଲେ ।
ଏଥିରେ ୯୦ଗୋଟି ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ବାର୍ଦ୍ଧକ୍ୟ ଭତ୍ତା, ପିଏମ୍ଆବାସ ଗୃହଯୋଜନା, ରାସନକାର୍ଡ, ସ୍ୱାସ୍ଥ୍ୟ, ବିଦୁ୍ୟତ୍, ରାସ୍ତା, ପାନୀୟଜଳ, ଡ୍ରେନେଜ୍, ଦିବ୍ୟ ।ଙ୍ଗ ଭତ୍ତା, ଆଇନ ସମ୍ପର୍କିତ ହୋଇଥିବା ବେଳେ ୧୧ଗୋଟି ରାସ୍ତା ଘାଟ, ବିଦୁ୍ୟତ୍ ସମସ୍ୟା, ଆଇନ ଶୃଙ୍ଖଳା, ସ୍ୱାସ୍ଥ୍ୟସେବା, ଅଙ୍ଗନୱାଡ଼ି, ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ପର୍ଯ୍ୟଟକଙ୍କୁ ମାଡ଼ ସମସ୍ୟା, ଡ୍ରେନେଜ୍ ସମସ୍ୟା ଭଳି ସାମୂହିକ ଅଭିଯୋଗ ଏବଂ ୩ଗୋଟି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ନିବେଦନ ପତ୍ର ମଧ୍ୟ ମିଳିଥିଲା । ଉକ୍ତ ଶିବିରରେ ୧୯ଗୋଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା । ଏହି ଶିବିରରେ ଜିଲ୍ଲା ଓ ଉପଖଣ୍ଡସ୍ତରୀୟ ବିଭିନ୍ନ ବିଭାଗୀୟ ପଦାଧିକାରୀ, ଗଣମାଧ୍ୟମର ପ୍ରତିନିଧିଙ୍କ ସମେତ ବିଭିନ୍ନ ପଞ୍ଚାୟତର ସାଧାରଣ ଜନତା ଯୋଗ ଦେଇଥିଲେ ।