ଜଳିଗଲା ୪ବଖରା,  ୫ ଗୋରୁ ମୃତ

 ଏରସମା  : ଏରସମା ବ୍ଳକ କୁଞ୍ଜକୋଠି ପଞ୍ଚାୟତର ଖୁରାଣ୍ଟ ଲୁଣିପୋଖରୀ ପଡ଼ାରେ ଗତ କାଲି ରାତି ୧୨ଟା ପରେ ରମେଶ ସ୍ୱାଇଁ, (ବୟସ ୬୫)ଙ୍କ ଘରେ ଭୀଷଣ ଅଗ୍ନୀକାଣ୍ଡ ଘଟି ୪ବଖରା ଘର ସମ୍ପୂର୍ଣ ପୋଡି ପାଉଁସ ହେଇଯାଇଥିବାବେଳେ ୫ଟି ଗୋରୁଙ୍କ ମୃତ ଘଟିଛି । ଏପରି ଦୁଃଖଦ ଘଟଣାକୁ ଗୃହକର୍ତ୍ତା ରମେଶ ସ୍ୱାଇଁ ଧର୍ଯ୍ୟ ହରା ହୋଇ କାନ୍ଦିଥିଲେ ଏହି ସମୟରେ ତାଙ୍କର ହୃଦଘାତ ଘଟି ପ୍ରାଣବାୟୁ ଉଡିଯାଇଥିଲା । ଅଗ୍ନୀ ସମ ବାହିନୀ ଘଟଣା ସ୍ଥଳରେ ପହଞ୍ଚôବା ଆଗରୁ ସବୁ ପୋଡି ଯାଇଥିଲା । ନିଆଁ ଲାଗିବା କାରଣ ଅସ୍ପଷ୍ଟ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାର ଛାୟା ଖେଳି ଯାଇଛି ।