ସମୁଦ୍ରରେ ଓଲଟିଲା ମାଛଧରା ଡଙ୍ଗା : ବର୍ତ୍ତିଲେ ୬ ମତ୍ସ୍ୟଜୀବୀ, ଜଣେ ନିଖୋଜ

ସମୁଦ୍ରରେ ଓଲଟିଲା ମାଛଧରା ଡଙ୍ଗା : ବର୍ତ୍ତିଲେ ୬ ମତ୍ସ୍ୟଜୀବୀ, ଜଣେ ନିଖୋଜ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ପୋଡ଼ମପେଟା ସମୁଦ୍ର ନିକଟରେ ଅଘଟଣ। ସମୁଦ୍ରକୁ ମାଛ ଧରିବାକୁ ଯିବାବେଳେ ଭାରସାମ୍ୟ ହରାଇ ଏକ ଡଙ୍ଗା ଓଲଟି ପଡିଛି। ଋଷିକୂଲ୍ୟା ମୁହାଣସ୍ଥିତ ସମୁଦ୍ରକୁ ମାଛ ଧରିବାକୁ ଯାଇ ଜଣେ ବ୍ୟକ୍ତି ନିଖୋଜ ଥିବା ଜଣାପଡ଼ିଛି । ୬ ଜଣ ମତ୍ସ୍ୟଜୀବୀ ପହଁରି କୂଳକୁ ଆସି ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଜଣେ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି। ନିଖୋଜ ଯୁବକ ଜଣକ  ଏ. କାଳିଆ ବୋଲି ଜଣାପଡିଛି । ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଓ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ର ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଅବଗତ କରିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀମାନେ ସମୁଦ୍ରରେ ଖୋଜାଖୋଜି ଆରମ୍ଭ କରିଛନ୍ତି।