ସହିଦ ଦିବସ ପାଳିତ
ବ୍ରହ୍ମବରଦା : କେଦାର ସାଥୀ ପରିବାର ତରଫରୁ ଭାରତ ବର୍ଷର ବିଶିଷ୍ଟ କ୍ରାନ୍ତିକାରୀ ତଥା ଯୁବ ସମାଜର ପ୍ରତୀକ ଭଗତ ସିଂଙ୍କ୯୪ତମ ବଳିଦାନ ଦିବସ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ପାଳିତ ହୋଇଯାଇଛି । ଆବାହକ ନିମାଇଁ ରାୟଙ୍କ ତତ୍ୱାବଧାନରେ ଅୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜିନୀ ବେହେରା ଅଧକ୍ଷତା କରିଥିଲେ । ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଭାଗ୍ୟଧର ସାହୁ, ଅଶୋକ କୁମାର ସାମଲ ପ୍ରମୁଖ ଯୋଗଦେଇ ସଂଗ୍ରାମୀ କେଦାର ରାୟଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ରମାକାନ୍ତ ମଣ୍ଡଳ, ନାରାୟଣ ସାମନ୍ତରାୟ ମହାପାତ୍ର, ନିମାଇଁ ଚରଣ ଦାସ, ପ୍ରଦୀପ ଦାସ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଛାତ୍ରୀ-ଛାତ୍ରଙ୍କ ମଧ୍ୟରେ ମା’ ଟିଏ ହେବ କିପରି ଶୀର୍ଷକ ଏକ ବକ୍ତୃତା ଓ କୁଇଜ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ବରୀ ଅଂଚଳର ସଂଗ୍ରାମି ନାରୀ କବି ଭାରତୀ ଦାସଙ୍କୁ କେଦାର ସାଥୀ ପରିବାର ତରଫରୁ ସମ୍ବର୍ଦ୍ଧିତ କରାଯିବ ସହ କୃତି ଛାତ୍ରୀ ଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଗୁରୁମା, ଗୁରୁଜୀ ଓ କର୍ମଚାରୀ ସହଯୋଗ କରିଥିବା ବେଳେ, ବଲ୍ଲଭ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।