ସହିିିିଦ ସଚିଦାନନ୍ଦ ପ୍ରିମିୟର ଲିଗ୍ : ଉଦ୍ୟାପିତ ମ୍ୟାକ୍ସ -୧୧ ନମତରା ଚାମ୍ପିଅନ
ରାଜକନିକା: ରାଜକନିକା ବ୍ଲକ୍ କଣ୍ଡିଆ ଫାଣ୍ଡି ପଡିଆରେ କଣ୍ଡିଆ ସାହି ହଷ୍ଟେଲ ପକ୍ଷରୁ କଣ୍ଡିଆ ସାହି ହଷ୍ଟେଲ ପକ୍ଷରୁ ୭ତମ ସହୀଦ ସଚିଦାନନ୍ଦ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମ୍ୟାକ୍ସ -୧୧ ନମତରା ବାଙ୍ଗରା ଲେଜେଣ୍ଡସକୁ ପରାସ୍ତ କରି ଚାମ୍ପିଅନ ହୋଇଛି । ବାଙ୍ଗରା ଲିଜେଣ୍ଟସ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ସମସ୍ତ ୱିକେଟ ହରାଇ ୯୭ରନ କରିଥିବାବେଳେ, ମ୍ୟାକ୍ସ -୧୧ ନମତରା ୯ ଓଭରରେ ୮ ୱିକେଟ ହରାଇ ୯୮ ରନ କରି ବିଜୟ ଲାଭ କରିଥିଲା । ଅୟସକାନ୍ତ ସାମଲଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ବିଜେଡିର ପୂର୍ବତନ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ମୁଖ୍ୟବକ୍ତା ଭାବେ ଆଳି ବିଧାୟକ ପ୍ରତାପ କେଶରୀ ଦେବ, ସମ୍ମାନିତଅତିଥି ଭାବେ ଚାନ୍ଦବାଲି ବିଧାୟକ ଡ. ବୋମକେସ ରାୟ, ଯୁବସଙ୍ଗଠକ ପବିତ୍ର ରାଉତ, ଅବସରପ୍ରାପ୍ତ ସୈନିକ ଅକ୍ଷୟ ନାଥ, ସରପଞ୍ଚ ଧିରେନ ଜେନା, ସହିଦ ସଚିତାନନ୍ଦ ମଲ୍ଲିକ ଓ ସିନେ ତାରକା ଶିବାନୀ, ଯାତ୍ରା ଅଭିନେତା ପିୟୁଷ ଓ କ୍ଷିତୀଶ ଜିଲ୍ଲା ପରିଷଦ ସଭ୍ୟା ପ୍ରବୀଣା ଦାସ ପ୍ରମୁଖ ଯୋଗଦେଇ ବିଜେତା ଦଳକୁ ୫୫ ହଜାର ୫୦୦ ଟଙ୍କା ସହିତ ଟ୍ରଫି ଓ ଉପବିଜେତା ଦଳକୁ ୩୩ ହଜାର ୩୦୦ ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଖରସ୍ରୋତା ପତ୍ରିକାର ମୁଖ୍ୟ ସମ୍ପାଦକ ଲୋକନାଥ ସାମଲ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ଅନୁଷ୍ଠାନର ସଭାପତି ସୋମ୍ୟ ପ୍ରକାଶ ବଳ ଧନ୍ୟବାଦ ଅର୍ପଣ କରିଥିଲେ । ସଞ୍ଜୟ କର, ବିକାଶ କୁଣ୍ଡ, ଅନୁଷ୍ଠାନ ସମ୍ପାଦକ ଦୀପକ ଦାସ, ରବୀନ୍ଦ୍ର, ସୋଭାଗ୍ୟ ଦାସ, ଦୁଷ୍ମନ୍ତ ମଲିକ, ପ୍ରତାପ ନାୟକ, ହିମାଂଶୁ ଶେଖର ବିଶ୍ୱାଳ, ରାଜେଶ ମଲ୍ଲିକ, ଓମ ପ୍ରକଶ ବଳ ସହଯୋଗ କରିଥିଲେ ।