ଗୁରୁକୁଳ ଆବାସିକ  ଶିକ୍ଷାନୁଷ୍ଠାନରେ ପ୍ରତିଯୋଗିତା

 କେନ୍ଦ୍ରାପଡା : କେନ୍ଦ୍ରାପଡା ଗରାପୁର ସ୍ଥିତ ଗୁରୁକୁଳ ଆବାସିକ ଶିକ୍ଷା ନିକେତନ ପରିସରରେ ଗୁରୁଦିବସ ଓ ବିଭିନ୍ନ ଜ୍ଞାନ ପ୍ରତିଯୋଗୀତା ପାଳିତ ହୋଇ ଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମାଜସେବୀ ଅଭିମନୁ୍ୟ ଗୋଛାୟତଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଶିକ୍ଷକ ସୁଦର୍ଶନ ମହାପାତ୍ର, ବାବାଜୀ ଚରଣ ମୁଦୁଲି, ଖଗେଶ୍ୱର କର, ବଳରାମ ଦାସ, ସାରଦା ପ୍ରସନ୍ନ ନନ୍ଦ, ତଫିକ ଖାଁ, ସୁଶାନ୍ତ ତ୍ରିପାଠୀ, ତପନ ଦଳାଇ, ବଳରାମ ବେହେରା, ବନଜା ମହାନ୍ତି, ମାନସୀ ବେହେରା,ହିମାଂଶୁ ଦାସ, ସଞ୍ଜୟ ମଥାନ, ଗୀତାଞ୍ଜଳୀ ମଳିକ, ବରାହ ଚରଣ ଦାସ,ଜ୍ୟୋତିର୍ମୟ କର ପ୍ରମୁଖ ଯୋଗଦେଇ ଡ଼ଃ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୀବନାଦର୍ଶ ଓ ଦେଶ ପ୍ରତି ବଳିଷ୍ଠ ଅବଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହିତ ବର୍ତ୍ତମାନ ସମୟରେ ଅତୀତର ଗୁରୁ ଶିଷ୍ୟ ପରମ୍ପରାର ଆବଶ୍ୟକତା ଓ ଗୁରୁମାନଙ୍କ ପ୍ରତି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର କର୍ତ୍ତବ୍ୟ ସଠିକ ରୂପେ ସମ୍ପାଦନ କଲେ ଜଣେ ଭଲ ମଣିଷ ହୋଇ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରୀ ପ୍ରଜ୍ଞା ପ୍ରିୟଦର୍ଶିନୀ ଜେନା ସଭା ପରିଚାଳନା କରିଥିବା ବେଳେ ଅର୍ପିତା ପାତ୍ର, ମେଘନା ଧଡ଼ା, ପଦ୍ମାବତୀ ବେହେରା ଗୁରୁବନ୍ଦନା ଗାନ ଓ ସଂଜୀବ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।