ବିଭିନ୍ନସ୍ଥାନରେ ଧାନମଣ୍ଡି ଉଦ୍ଘାଟିତ

 ରାଜକନିକା: ରାଜକନିକା ବ୍ଲକ କୋଇଲିପୁର ଠାରେ କାଟଣା-ବଣିଆ ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ସଞ୍ଜୟ କୁମାର ବିଶ୍ୱାଳଙ୍କ ସଂଯୋଜକରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି  । ଏହି ଉଦଘାଟନ ଉତ୍ସବରେ ସନମ୍ମାନିତ ଅତିଥି ଭାବେ କାଟଣା-ବଣିଆ ପ୍ରାଥମିକ କୃଷି ସମବାୟ ସମିତର ସଭାପତି ରମାକାନ୍ତ ରାଉତ ଓ ନୋଡାଲ ଅଫିସର ଦୀପକ କୁମାର ସାହୁ ଉପସ୍ଥିତ ରହି କେମିତି ଚାଷୀମାନଙ୍କୁ ଏଫଏକୁ୍ୟ ସାଧାରଣମାନର ଧାନ କୁଇଣ୍ଟାଲ ପ୍ରତି ମୂଲ୍ୟ ୨୩୦୦ ଶହ ଟଙ୍କା ଓ ରାଜ୍ୟ ସରକାରଙ୍କର ନିର୍ଦ୍ଧାରିତ ଇନପୁଟ ସବସିଟି ମୂଲ୍ୟ ୮୦୦ ଟଙ୍କାକୁ ମିଶାଇ ମୋଟ ୩୧୦୦ ଟଙ୍କା ଏବଂ ଗ୍ରେଡ଼ (ଏ) କୁଇଣ୍ଟାଲ ପ୍ରତି ମୂଲ୍ୟ ୨୩୨୦ ଟଙ୍କାରେ ସମସ୍ତ ଚାଷୀ ଧାନ ମଣ୍ଡିରେ ଦେଇ ପାରିବେ ବୋଲି କହିଥିଲେ  । କିନ୍ତୁ ଆଜି ଦିନ ୧୨ ଜଣ ଚାଷୀ ଧାନ ମଣ୍ଡିରେ ଦେଇଥିଲେ ଏବଂ ୨ଟି ମିଲର ସତ୍ୟନାରାୟଣ ଓ ପ୍ରଶାନ୍ତି ରାଇସ ମିଲ ଧାନ ମଣ୍ଡରୁ ନେଇଥିଲେ । ଏହି ଅବସରରେ ସହ ସମ୍ପାଦକ ଶ୍ରୀଚରଣ ମହାନ୍ତି,  ଡିଇଓ ଅବିନାଶ ଜେନା ଓ ଚାଷୀମାନେ ହେଲେ ବିଜ୍ଞାନ କୁମାର ରାଉତ, ଅଶୋକ କୁମାର ରାଉତ, ବୈକୁଣ୍ଠ ନାଥ ସାମଲ, ବିକ୍ରମ ନାୟକ, ରାଧାଶ୍ୟାମ ବେହେରା, ନବଘନ ରାଉତ, ଦୈତାରୀ ରାଉତ, ଶ୍ରୀନିବାସ ରାଉତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ  ।
ନାଉଗାଁ : ବଜାର କମିଟି ଆନୁକୂଲ୍ୟରେ ନାଉଗାଁ ବ୍ଲକ ଅଞ୍ଚଳର ଗଜରାଜପୁର, ଅଲଣା ଓ ଡେରିକି ପ୍ରଥମିକ କୃଷି ସମବାୟ ସମିତିଦ୍ୱାରା ତିନୋଟି ଧାନ ମଣ୍ଡି ଉଦଘାଟନ ହୋଇଯାଇଛି  । ଏହି ଅବସରରେ ପ୍ରଥମେ ଅଲଣା ସମବାୟର ଧାନମଣ୍ଡିକୁ ଜିଲ୍ଲା ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ସୂର୍ଯ୍ୟକାନ୍ତ ଦାସ, ସମିତିର ସଭାପତି ସୁଜିତ କୁମାର ମଲ୍ଲିକ, ସମ୍ପାଦିକା ବନ୍ଦିତା ରାୟ, ଅଲଣା ସରପଞ୍ଚ ଚନ୍ଦ୍ରମଣି ବେହରାଙ୍କ ସହିତ କ୍ରୟ କମିଟିର ସଦସ୍ୟ ଓ ଚାଷୀ ଉପସ୍ଥିତରହି ମଣ୍ଡିକୁ ଉଦଘାଟନ କରିଥିବା ବେଳେ, ସେହିପରି ଭାବେ ଗଜରାଜପୁର ସେବା ସମବାୟର ଧାନ ମଣ୍ଡିକୁ ସମିତି ସଭାପତି ବସନ୍ତ କୁମାର ପାଢ଼ୀ, ସମ୍ପାଦକ ମଙ୍ଗଳାକାନ୍ତ ମହାନ୍ତି, ନୋଡାଲ ଅଧିକାରୀ ସୁଶାନ୍ତ ରାଉତ, ଏଆରସିସି ପ୍ରଭାତ କୁମାର ଶତପଥି ଓ କ୍ରୟ କମିଟିର ସଦ୍ୟସ ଓ ଚାଷୀ ଉପସ୍ଥିତ ରହି ମଣ୍ଡିକୁ ଉଦଘାଟନ କରିଥିଲେ  । ତେବେ ଡେରିକି ସମବାୟ ସମିତିର ଧାନ ମଣ୍ଡିକୁ ନାଉଗାଁ ବିଡ଼ିଓ ତପନ କୁମାର ମହାପାତ୍ର, ସମିତି ସଭାପତି ପ୍ରକାଶ ଚନ୍ଦ୍ର ଜେନା, ସମ୍ପାଦକ ବାପୁଜୀ କୁମାର ଜେନା, ଡେରିକି ଆରଆଇ ଓ ନାଉଗାଁ ଶିଶିବିର ବ୍ରାଞ୍ଚ ମ୍ୟାନେଜର, ଚାଷୀ ଓ କ୍ରୟ କମିଟିର ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ମଣ୍ଡିକୁ ଶୁଭ ଉଦଘାଟନ କରିଥିଲେ  । ଅପରିପକ୍ଷ୍ୟ ତିନୋଟି ଧାନମଣ୍ଡି ଡେରିକି ୮୨୫, ଅଲଣା ୬୮୦ ଓ ଗଜରାଜପୁରରେ ମୋଟ ଚାଷୀ ପଞ୍ଜିକରଣ କରିଥିବା ବେଳେ, ଏପର୍ଯ୍ୟନ୍ତ ତିନୋଟି ମଣ୍ଡିରେ ଧାନ କ୍ରୟ କରିବା କିଛି ଟାର୍ଗେଟ ଆସି ନଥିବା ନେଇ ସୂଚନା ମିଳିଛି  ।
ଜଗତସିଂହପୁର : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତ ଉକୁଶାଇଠାରେ ଥିବା ସାମନ୍ତରାପୁର ସମବାୟ ସମିତି ଧାନ ମଣ୍ଡି ଉଦଘାଟନ ଓ ଧାନ କ୍ରୟ ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି  । ସମବାୟ ସମିତି ସଭାପତି ସୂର୍ଯ୍ୟନାରାୟଣ ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କ୍ରୟ କମିଟି ସଭ୍ୟସଭ୍ୟା, ଡାଇରେକ୍ଟର ଓ ଚାଷୀମାନେ ଉପସ୍ଥିତ ରହିଥିଲେ  । ପୂଜକଙ୍କଦ୍ୱାରା ଧାନ ମାପ ମେସିନ ନଡ଼ିଆ ବାଡେଇ ପୂଜା କରିଥିଲେ  । ଉପସ୍ଥିତ ଚାଷୀ ଓ ମୁରବିଙ୍କ ଦ୍ୱାରା ଫିତା କଟାଯାଇ ଉଦଘାଟନ କରାଯାଇଥିଲା  । ଏଥିରେ ଉପସଭାପତି ମୀନତି ସୂତାର, ନିଦେ୍ର୍ଦଶକ ନୃସିଂହ ଚରଣ ପ୍ରଧାନ, ଅଜୟ ସୂତାର, ସନ୍ତୋଷ ମଲ୍ଲିକ, ପ୍ରଫୁଲ୍ଲ ଦାସ, କେଦାର କୁମାର ପଟ୍ଟନାୟକ, ନିର୍ମଳ ନାୟକ, ଅରୁଣ ସ୍ୱାଇଁ, ଖଗେଶ୍ୱର ଭୂୟାଁ, କ୍ରୟ କମିଟିର ପ୍ରକାଶ ଚନ୍ଦ୍ର ସ୍ୱାଇଁ, ରଞ୍ଜିତ କୁମାର ସାହୁ, ଗଗନ ବିହାରୀ ମହାନ୍ତି, ଲଲାଟେନ୍ଦୁ ଦାସ, ଡିଓ ସୁପ୍ରଭା ସାହୁ, ଭିଏଲଡବ୍ଲୁ୍ୟ ଦେବାଶିଷ ଦାସ ପ୍ରମୁଖ ଯୋଗଦେଇଥିଲେ  । ଶେଷରେ ସମ୍ପାଦକ ଆଶୁତୋଷ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ  ।