ଜଗୁଆଳୀଙ୍କୁ ମରଣାନ୍ତକ ଆକ୍ରମଣ, ଜଣେ ଗିରଫ
ବାଲିଅନ୍ତା : ଧଉଳି ଥାନା ଅଧିନ ଲିଙ୍ଗିପୁର ଅଞ୍ଚଳରେ ଗତ ବୁଧବାର ରାତିରେ ଜଣେ ରାତ୍ର ଜଗୁଆଳିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ଲିଙ୍ଗିପୁର ଭୋଇସାହିର ସିଲୁ ଭୋଇ । ଲିଙ୍ଗିପୁର ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘର ନିର୍ମାଣ କାମ ଚାଲିଥିବା ବେଳେ କୃଷ୍ଣଚନ୍ଦ୍ର ଦାସ ନାମକ ଜଣେ ଯୁବକ ସେଠାରେ ରାତ୍ର ଜଗୁଆଳି ଭାବେ କାମ କରନ୍ତି । ଗତ ବୁଧବାର ରାତିରେ ଡିଉଟି କରୁଥିବା ବେଳେ ରାତି ପ୍ରାୟ ୧୧ ଟା ସମୟରେ ସ୍ଥାନୀୟ ଅଞ୍ଚଳର ସିଲୁ ସମେତ ୨ ଜଣ ଯୁବକ ଆସି ଘର ନିର୍ମାଣ କାମରେ ବ୍ୟବହୃତ ଲୁହା ରଡ଼, ସିମେଣ୍ଟ ଚୋରି କରିବା ନିମନ୍ତେ ଉଦ୍ୟମ କରିଥିଲେ । ଏହି ସମୟରେ କୃଷ୍ଣ ସେମାନଙ୍କୁ ବାରଣ କରିବାରୁ ସିଲୁ ଏବଂ ୨ ଜଣ ତାଙ୍କ ମୁଣ୍ଡକୁ ଏକ ଇଟାରେ ଆକ୍ରମଣ କରିଥିଲେ । କୃଷ୍ଣଙ୍କ ଚିକôାର ଶୁଣି ତାଙ୍କ ଶଳା ପ୍ରଶାନ୍ତ ମଧ୍ୟ ସେମାନଙ୍କୁ ଅଟକାଇଥିଲେ ମଧ୍ୟ ପ୍ରଶାନ୍ତଙ୍କୁ ଆକ୍ରମଣ କରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ଉଭୟଙ୍କୁ ରାଜଧାନୀ ଚିକିସôାଲୟରେ ଭର୍ତ୍ତି କରିଥିଲେ । ଏନେଇ କୃଷ୍ଣଙ୍କ ପନôୀ ନୟନା ଥାନାରେ ଅଭିଯୋଗ କରିଛନ୍ତି । ନୟନାଙ୍କ ଅଭିଯୋଗ କ୍ରମେ ପୁଲିସ ସିଲୁକୁ ଗିରଫ କରିଛି ।