ଯୁବତୀଙ୍କ ଆତ୍ମହତ୍ୟା 

 ରାଜନଗର : ରାଜନଗର ବ୍ଲକ କେରଡାଗଡ ଗ୍ରାମର ବୃନ୍ଦାବନ ପଣ୍ଡାଙ୍କ ଝିଅ ଭାଗ୍ୟଶ୍ରୀ ପଣ୍ଡା(୨୪) ଆତ୍ମହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଗୁରୁବାର ସକାଳ ୫ଟା ବେଳେ ଭାଗ୍ୟଶ୍ରୀ ଘରେ ନଥିବାରୁ ଖୋଜାଖୋଜି କରିବା ପରେ ଛାତ ଉପରେ ନିଜ ଓନିରେ ଫାସି ଦେଇ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏନେଇ ଭାଗ୍ୟଶ୍ରୀଙ୍କ ବଡବାପା ନିରଂଜନ ପଣ୍ଡା ରାଜନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ପହଂଚି ଶବକୁ ଜବତ କରିଥିଲା । ୧୪/୨୫ରେ ଅପମୃତୁ୍ୟ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ପଠାଇଛି ।