ସାଇପ୍ରସନ୍ନା ମିସେସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ
ଭୁବନେଶ୍ୱର : ଡ଼ଃ ସାଇପ୍ରସନ୍ନା ବେହେରା ପୁଣି ଥରେ ଓଡିଶା ପାଇଁ ପ୍ରତୀକାତ୍ମକ ସଫଳତା ଇତିହାସ ସୃଷ୍ଟି କରିଛନ୍ତି । ସେ ପ୍ରଥମ ଥର ପାଇଁ ମିସେସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ୨୦୨୪-୨୫ ଭାବରେ ପୁନଃ ମୁକୁଟ ପିନ୍ଧିଛନ୍ତି । ଏଥିସହିତ ତାଙ୍କୁ ୨୦୨୫-୨୭ ବର୍ଷ ପାଇଁ ମିସେସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲର ମୁଖ୍ୟ ପ୍ରତିନିଧି ଏବଂ ବ୍ରାଣ୍ଡ ଆମ୍ବାସଡର ଭାବରେ ନିଯୁକ୍ତ କରାଯାଇଛି । ଏହି ଅଭୂତପୂର୍ବ ସମ୍ମାନ ଲାଭ କରିବା ସହିତ ପ୍ରତିଯୋଗିରୁ ବିଜେତା ହୋଇ ପ୍ରତିନିଧତ୍ୱ କରିବାରେ ସେ ପ୍ରଥମ ବ୍ୟକ୍ତିତ୍ୱ ଏବଂ ଏହି ସମ୍ମାନଜନକ ଉପାଧିରେ ସମ୍ମାନିତ ହୋଇଥିବା ପ୍ରଥମ ଭାରତୀୟ । ତାଙ୍କର ସଫଳତା ବିଶ୍ୱସ୍ତରରେ ପ୍ରତିନିଧିତ୍ୱ, ଦୃଢ଼ତା ଏବଂ ଉକôର୍ଷତାର ଏକ ଶକ୍ତିଶାଳୀ ପ୍ରତୀକ, ସଶକ୍ତିକରଣ ଏବଂ ସୌନ୍ଦର୍ଯ୍ୟର ଏକ ପ୍ରକୃତ ପ୍ରେରଣାଦାୟକ ଐତିହ୍ୟ ।