ବିଶ୍ୱକର୍ମାଙ୍କ ଆଜ୍ଞାଲଡୁ ଲଟେରୀ ମାଧ୍ୟମରେ ପ୍ରଦାନ

ଭୁବନେଶ୍ୱର : ଆଜି ନାଲକୋ ନଗର ମିନାବଜାର ପଡିଆ ଠାରେ ନାଲକୋ ଠିକାଦାର ସଂଘ ଆନୁକୁଲ୍ୟରେ ପ୍ରଭୁ ବିଶ୍ୱକର୍ମାଙ୍କ ଆଜ୍ଞାଲଡୁ ଲଟେରୀ ମାଧ୍ୟମରେ ପ୍ରଦାନ କରାଗଲା । ଏହି ଅବସରରେ  ମୁଖ୍ୟ ମହାପ୍ରବନ୍ଧକ ସ୍ମେଲଟର ଶ୍ରୀ ସଚ୍ଚିଦାନନ୍ଦ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନୁ କନଷ୍ଟ୍ରକ୍ସନକୁ ଆଜ୍ଞାଲଡୁ ପ୍ରଦାନ କରିଥିଲେ । ଏହି ଅବସରରେ ଠିକାଦାର ସଂଘ ସଭାପତି ବିପ୍ଲବ ଜେନା, କାର୍ଯକାରୀ ସଭାପତି ବୁଲେସ ଜେନା, ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ବିଶୋଇ, ପୂଜାକମିଟି ସଭାପତି ସତ୍ୟବାନ ବରାହ, ସଞ୍ଜୀବ ଗଡ଼ନାୟକ, କୁନା ଗଡ଼ନାୟକ, ସୁବୋଧ ଦାସ, ମୁକେଶ ଜେନା, ପ୍ରଭାତ ଗଡ଼ନାୟକ ପ୍ରମୁଖ ଶତାଧିକ ଠିକାଦାର ଉପସ୍ଥିତ ଥିଲେ ।