ଓଡିଶାର ପ୍ରଥମ ଜେନ୍ଏଆଇ ହାକାଥନ୍

 ଜଟଣୀ : ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ଭୁବନେଶ୍ୱର, ଜାଜୀ ସହଯୋଗରେ ଓଡ଼ିଶାର ପ୍ରଥମ ଜେନଏଆଇ ହାକାଥନ୍ "ଟ୍ରିଲିୟନ ଡଲାର ସୁଯୋଗ ୨୦୨୫’ ଆୟୋଜନ କରିଛି, ଯାହା ଜେନେରେଟିଭ୍ ଏଆଇ କ୍ଷେତ୍ରରେ ଛାତ୍ର ନବସୃଜନକାରୀଙ୍କୁ ସଶକ୍ତ କରିବା ପାଇଁ ଏକ ଅଗ୍ରଣୀ ପଦକ୍ଷେପ । ଆଇଆଇଟି ଭୁବନେଶ୍ୱରର କ୍ୟାମ୍ପସରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସାରା ଦେଶରୁ ଆକାଂକ୍ଷୀ ଡେଭଲପର, ଗବେଷକ ଏବଂ ଏଆଇ ଉସôାହୀମାନଙ୍କୁ ଅତ୍ୟାଧୁନିକ ଏଆଇ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ବାସ୍ତବ ବିଶ୍ୱ ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ଏକତ୍ରିତ କରିଥିଲା ।
ଅନଲାଇନ୍ରେ ଆବେଦନ କରିଥିବା ୪୪୭ ଛାତ୍ରଛାତ୍ରୀ ମଧ୍ୟରୁ କେବଳ, ୪୦ ଜଣ ଛାତ୍ରଛାତ୍ରୀ ଆଇଆଇଟି ଭୁବନେଶ୍ୱରରେ ଆୟୋଜିତ ଗ୍ରାଣ୍ଡ ଫିନାଲେରେ ପହଞ୍ଚିଥିଲେ । ଉଦ୍ଘାଟନୀ ଉତ୍ସବରେ ଆଇଆଇଟି ଭୁବନେଶ୍ୱରର ଡିନ୍-ନିରନ୍ତର ଶିକ୍ଷା ପ୍ରଫେସର ଭି. ପାଣ୍ଡୁ ରଙ୍ଗା, ଓୟୁଟିଆର-ଏଫଆଇଏନଇର ନିଦେ୍ର୍ଦଶକ ଡକ୍ଟର ରଞ୍ଜନ ପ୍ରଧାନ, ଆଇଆଇଟି ଭୁବନେଶ୍ୱରର ପ୍ରଫେସର ପ୍ରଶାନ୍ତ ସାହୁ ଏବଂ ଜାଜୀର ପ୍ରତିଷ୍ଠାତା ଏବଂ ସିଇଓ ସୁଚିତ ମିଶ୍ର ପ୍ରମୁଖ ସାମିଲ ଥିଲେ । ଏଥିରେ ବିଜେତାମାନେ ପ୍ରଥମ ସ୍ଥାନରେ ଟିମ୍ ଇଭୋଲଭ୍ ଏଆଇ ପଞ୍ଜାବର ଚିତ୍ରକଳା ବିଶ୍ୱବିଦ୍ୟାଳୟରୁ ରାଚିଟ୍ ଗୋୟଲ, ମୁକୁଲ ଗର୍ଗ, କୁଶାଗ୍ରା କାଟାରିଆ ୫୦,୦୦୦ ଟଙ୍କାର ପୁରସ୍କାର, ଦ୍ୱିତୀୟ ସ୍ଥାନରେ ଚେନ୍ନାଇର ଭେଲୋର ଇନଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜିରୁ ଚେନ୍ନାଇର ଟିମ୍ ଆଲଫା, ଆଇଆଇଟି ଗ୍ୱାଲିଅରର ରୋନିଟ୍ ରାଜ ୩୦,୦୦୦ ଟଙ୍କାର ପୁରସ୍କାର, ତୃତୀୟ ସ୍ଥାନ ଟିମ୍ କେ୨୦୧୩-ଆଇଜର, ବ୍ରହ୍ମପୁରର ଅନୟଙ୍କ ସହ ସେନେକା ପଲିଟେକ୍ନିକରୁ (ସମର୍ଥ ଶର୍ମା ଏବଂ ଖ୍ୱାହିଶ୍ ବୈଦ) ୨୦,୦୦୦ ଟଙ୍କାର ପୁରସ୍କାର ରାଶି ହାସଲ କରିଥିଲେ । ଉଦ୍ୟାପନୀ ସମାରୋହରେ ସିଲିକନ୍ ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍ସଲର ପ୍ରଫେସର ଜୟଦୀପ ତାଲୁକଦାର, ଆଇଆଇଟି ଭୁବନେଶ୍ୱରର ସିଏସ୍ଇ ବିଭାଗ ମୁଖ୍ୟ ପ୍ରଫେସର ଦେବୀ ପ୍ରସାଦ ଡୋଗ୍ରା ଏବଂ ଆଇଆଇଟି ଭୁବନେଶ୍ୱରର ପ୍ରଫେସର ପ୍ରଶାନ୍ତ ସାହୁ ଉପସ୍ଥିତ ଥିଲେ ।