ପୋଖରୀରେ ବୁଡି ଜଣେ ମୃତ 

ସୋର: ସୋର ବ୍ଲକ ଦହିସଡା ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ ପୋଖରୀ ପାଣିରେ ବୁଡି ଜଣେ ଗାଡି ଚାଳକଙ୍କ ମୃତୁ୍ୟ ଘଟିଛି । ଏହି ଗ୍ରାମର ଶିଶିର ଷଡ଼ଙ୍ଗୀଙ୍କ ନିକଟରେ ବାରିପଦା ଅଞ୍ଚଳର ଅମର ସିଂ ଚାଳକ ଭାବେ କାର୍ଯ୍ୟ କରୁଥିଲେ । ଗତକାଲି ସନ୍ଧ୍ୟାରେ ଅମର ଟ୍ରାକ୍ଟର କାମ ସାରି ଘରକୁ ଫେରି ଟ୍ରାକ୍ଟର ରଖି ସାରିବା ପରେ ନିକଟସ୍ଥ ପୋଖରୀ ଧୁଆଧୋଇ ହବା ପାଇଁ ଯାଇଥିଲେ । କିନ୍ତୁ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଫେରିବାରୁ ଶିଶିର ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ପୋଖରୀରେ ଭାସୁଥିବାର ଦେଖି ଅଗ୍ନିଶମ ବିଭାଗ ଏବଂ ସୋର ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗର ଏକ ଦମକଳ ଘଟଣାସ୍ଥଳରେ ପହଁଚି ଶବକୁ ଉଦ୍ଧାର କରି ସୋର ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତୁ୍ୟ ଘୋଷଣା କରିଥିଲେ । ସୋର ପୁଲିସ ମେଡିକାଲରେ ପହଞ୍ଚି ଶବ ବ୍ୟବଛେଦ ପାଇଁ ରଖିଥିଲେ । ଡ୍ରାଇଭରଙ୍କର ପ୍ରକୃତ ପରିଚୟ ନ ମିଳିବାରୁ ପୁଲିସ ଆଜି ଅପରାହ୍ନରେ ମେଡିକାଲରେ ପହଞ୍ଚି  ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ କରି ଶବ ଚିହ୍ନଟ ପାଇଁ ଶବ ସଂରକ୍ଷଣ ଗୃହରେ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ।