ଓଡ଼ିଶାର ଅଭିବୃଦ୍ଧିରେ ଟାଟାଷ୍ଟିଲ୍ ଏସ୍ଇଜେଡ୍ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର

 ଭୁବନେଶ୍ୱର: ଗଞ୍ଜାମ ସ୍ଥିତ ଗୋପାଳପୁର ଶିଳ୍ପ ପାର୍କ (ଜିଆଇପି)ରେ ନୂତନ ପୁଞ୍ଜି ନିବେଶ ଆକୃଷ୍ଟ କରିବା ସହ ଟାଟା ଷ୍ଟିଲ୍ ସ୍ପେସିଆଲ୍ ଇକୋନୋମିକ୍ ଜୋନ୍ ଲିମିଟେଡ୍ (ଟିଏସ୍ଏସ୍ଇଜେଡ୍ଏଲ୍) ଏହାର ଅଭିବୃଦ୍ଧି ପଥରେ ଆଗକୁ ବଢ଼ିବାର ପ୍ରତିଶ୍ରୁତି ଦେଇଛି । ଭୁବନେଶ୍ୱରରେ ଆୟୋଜିତ ଦୁଇଦିନିଆ ଉକôର୍ଷ ଓଡ଼ିଶା କନକ୍ଲେଭରେ ଟିଏସ୍ଏସ୍ଇଜେଡ୍ଏଲ୍ ଏହାର ଅନନ୍ୟ ବିକ୍ରୟ ପ୍ରସ୍ତାବ ପ୍ରଦର୍ଶନ କରି ଓଡ଼ିଶାର ଅଭିବୃଦ୍ଧି କାହାଣୀରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହୋଇଛି  । ସମ୍ଭାବ୍ୟ ନିବେଶକ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ସହ ଆଲୋଚନା କରିବା ପାଇଁ କମ୍ପାନୀ ଏକ ଉତ୍ସର୍ଗୀକୃତ ପ୍ରଦର୍ଶନୀ ସ୍ଥାନ ଏବଂ ମିଟିଂ ଲାଉଞ୍ଜ୍ ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛି । ଟିଏସ୍ଏସ୍ଇଜେଡ୍ଏଲ୍ର ପରିଚାଳନା ନିଦେ୍ର୍ଦଶକ ମଣିକାନ୍ତ ନାୟକ କେମିକାଲ, ପେଟ୍ରୋକେମିକାଲ ଓ ପ୍ଲାଷ୍ଟିକ ଏବଂ ଶିଳ୍ପ ଭିତ୍ତିଭୂମି ଉପରେ ୨ଟି ଅଧିବେଶନରେ ବକ୍ତବ୍ୟ ରଖି ଏକ ଶିଳ୍ପ ବ୍ୟବସ୍ଥା ସୃଷ୍ଟି କରିବାରେ ଜିଆଇପି ଭଳି ଶିଳ୍ପ ପାର୍କର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ  । ଯାହା କମ ସମୟ ମଧ୍ୟରେ ଶିଳ୍ପ ସ୍ଥାପନ କରିବା ପାଇଁ ସୁଯୋଗ ପ୍ରଦାନ କରୁଛି ।
ଶିଳ୍ପ ପାର୍କରେ ବର୍ତ୍ତମାନ ସୁଦ୍ଧା ୩୨,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି । ମୁଖ୍ୟତଃ ଗ୍ରୀନ୍ ହାଇଡ୍ରୋଜେନ ଏବଂ ଗ୍ରୀନ ଆମୋନିଆ ସମେତ ଅକ୍ଷୟ ଶକ୍ତି କ୍ଷେତ୍ରରେ ଏହି ନିବେଶ ହୋଇଛି । ଏହି ଶିଳ୍ପ ପାର୍କ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ସହଯୋଗରେ ସୁବିଧାରେ ଶିଳ୍ପ ଗଠନ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ବିକାଶ ଦିଗରେ କାର୍ଯ୍ୟ କରୁଛି  ।