ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି 

 ଜଗତସିଂହପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଆଗାମୀ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ କୁ ସରସ ସୁନ୍ଦର ଭାବେ ପାଳନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । 
ବୈଠକର ନିଷ୍ପତ୍ତି ଅନୁଯାୟୀ ଜାନୁୟାରୀ ୨୬ଦିନ ସକାଳ ୪.୩୦ ମିନିଟରେ ରାମଧୂନ, ପ୍ରଭାତ ଫେରି ସକାଳ ୬ ଘଟିକା ,ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ ସକାଳ ୭ ଘଟିକା ଏବଂ ଜିଲ୍ଲାସ୍ତରୀୟ ପତାକା ଉତ୍ତୋଳନ ପୂର୍ବାହ୍ନ ଘ ୮.୩୦ ମି ସମୟରେ ଅନୁଷ୍ଠିତ ହେବ । ପ୍ରତ୍ୟେକ କାର୍ଯ୍ୟାଳୟରେ ନୂତନ ପତାକା ବ୍ୟବହାର କରି ପତାକା ଉତ୍ତୋଳନ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଜାନୁୟାରୀ ୨୨ ଓ ୨୩ ତାରିଖ ଅପରାହ୍ନ ୩ ଘଟିକା ଓ ୨୪ ତାରିଖ ସକାଳ ୭ଘ.୩୦ ମି ସମୟରେ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ରେ ଅଭ୍ୟାସ ପ୍ୟାରେଡ ଅନୁଷ୍ଠିତ ହେବ । ପ୍ୟାରେଡରେ କେବଳ ଅଷ୍ଟମରୁ ଦଶମ ଓ କଲେଜ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ପ୍ରଥମ ରୁ ତୃତୀୟ, ୪ର୍ଥ ରୁ ୫ମ, ୬ଷ୍ଠ ରୁ ୮ମ, ହାଇସ୍କୁଲ ଓ କଲେଜ ସ୍ତରରେ ବକୃତା, ଦେଶାତ୍ମ ବୋଧକ ସଙ୍ଗୀତ ଓ କୁଇଜ୍ ପ୍ରତିଯୋଗିତା ବ୍ଲକ ଓ ପୌର ପରିଷଦ ମଧ୍ୟରେ ୧୭.୦୧.୨୦୨୫ ତାରିଖ ଓ ଜିଲ୍ଲାସ୍ତରରେଲ ୨୦.୦୧.୨୦୨୫ ତାରିଖରେ ଅନୁଷ୍ଠିତ ହେବ । ସନ୍ଧ୍ୟାରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ସ୍ଥାନୀୟ ଅନୁଷ୍ଠାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ଆଲୋକ ସଜ୍ଜା କରାଯିବ । ବିଭିନ୍ନ ବିଭାଗ ଓ ପାରାଦ୍ୱୀପର ପ୍ରମୁଖ ଶିଳ୍ପ ସଂସ୍ଥାଙ୍କ ଦ୍ୱାରା ପ୍ରଜ୍ଞାପନ ମେଢ଼ ପରେଡ୍ ସମୟରେ ପ୍ରଦର୍ଶିତ ହେବ  । ଜେଲର ଅନ୍ତେବାସୀ ଓ ମୁଖ୍ୟ ଚିକିସôାଳୟର ରୋଗୀଙ୍କୁ ସ୍ୱାଧୀନତା ଦିବସ ଦିନ ମୁଖ୍ୟଅତିଥିଙ୍କ ଦ୍ୱାରା ଫଳ ବଣ୍ଟନ କରାଯିବ । ପରେଡ ପରେ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପରିସରରେ ବୃକ୍ଷରୋପଣ କରାଯିବ । ବୈଠକରେ ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂ, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ୍ ରାଉତ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷ ରଶ୍ମିରଞ୍ଜନ ସାହୁ, ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ ଉମାକାନ୍ତ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ ଜେନା, ଜଗତସିଂହପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ସୀମା ଜେନା, ପାରାଦ୍ୱୀପ ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡା, ଜିଲ୍ଲାସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ଶିକ୍ଷକ ଶିକ୍ଷୟିତ୍ରୀ, ଗଣମାଧ୍ୟମ ପ୍ରତିନିଧି, ଆଇନଜୀବୀ ପ୍ରମୁଖ ଉପସ୍ଥିତଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରତିଚୀ ତନୟା ମହାନ୍ତି ଜିଲ୍ଲାପାଳଙ୍କ ଆଦେଶ ମତେ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ ।