ଜାତୀୟ ଯୁବ ତଥା ସବୁଜ ବାହିନୀର ବାର୍ଷିକ ସମାରୋହ        

 ସମ୍ବଲପୁର : ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟର ଯୁବ ତଥା ସବୁଜ ବାହିନୀର ବାର୍ଷିକ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଏକ ସମ୍ପାନର ଆୟୋଜନ ମଧ୍ୟ ହୋଇଥିଲା ।ଏଥିରେ ଜାତୀୟ ଯୁବ ତଥା ସବୁଜ ବାହିନୀର ସଦସ୍ୟ ଛାତ୍ରଛାତ୍ରୀ "ପରିବେଶ ସୁରକ୍ଷା ପାଇଁ ଯୁବପୀଢ଼ିର ଦାୟୀତ୍ୱ"ଉପରେ ଆଧାରିତ ଭିତ୍ତିପତ୍ର ଉପସ୍ଥାପନ କରି ଆଲୋଚନା କରିଥିଲେ ।ସେମାନଙ୍କ ମଧ୍ୟରେ ବରିଷ୍ଠ ବିଭାଗରେ ରୁଦ୍ରାଂଶୁ ପରିଡ଼ା,ପ୍ରିୟାଂଶା ପ୍ରଧାନ ଓ ତୃଷ୍ଣା ତୁଷାରୀକା ବାରିକ ଏବଂ କନିଷ୍ଠ ବିଭାଗରେ ଚାନ୍ଦିନୀ ଶର୍ମା,ପାୟଲ ସିଂ ଓ ପ୍ରିୟା ଯାଦବ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହାପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମତୀ ସୁମିତା ପତ୍ରୀଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନ ଉସôବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଉଦୀତ ଚନ୍ଦ୍ର ପାଟଯୋଶୀ ଯୋଗଦାନ କରି ଉପରୋକ୍ତ ବିଷୟ ଉପରେ ଆଲୋଚନା କରିଥିଲେ ଓ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ । ସମ୍ପାନର ବିଚାରକ ଭାବେ ଶିକ୍ଷକ ତନୟ କୁମାର ପ୍ରଧାନ,ଜ୍ଞାନେଶ୍ୱର କର ଓ ଶିକ୍ଷୟିତ୍ରୀ ସୁନୀତି ଧର କାର୍ଯ୍ୟ ସମ୍ପାଦନ କରିଥିଲେ ଏବଂ କାର୍ଯ୍ୟକ୍ରମ ପରିଚାଳନାରେ ବରିଷ୍ଠ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସାହୁ,ଜୟନ୍ତୀ ହୋତା, ଅପର୍ଣ୍ଣା ପଣ୍ଡା, ଶିକ୍ଷକ ପ୍ରଦୀପ କୁମାର ସାହୁ, ଭୋଲାନାଥ ବିଷୋୟୀ ତଥା ଅନ୍ୟାନ୍ୟ ଶିକ୍ଷକଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।