ଜିଲ୍ଲାସ୍ତରୀୟ ବେଟି ବଚାଓ ଓ ବେଟି ପଢାଓ ଉତ୍ସବ
ପୁରୀ : ‘ବେଟି ବଚାଓ ଓ ବେଟି ପଢାଓ’ ଜିଲ୍ଳାସ୍ତରୀୟ କାର୍ଯ୍ୟକ୍ରମର ୧୦ବର୍ଷ ପୂର୍ତ୍ତି ପାଳନ ଉସôବ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟଅତିଥି ଭାବେ ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି କହିଥିଲେ ଯେ ପୁରାଣ ଓ ଇତିହାସରେ ନାରୀମାନଙ୍କୁ ସମ୍ମାନ ପ୍ରଦାନ କରାଯାଉଛି । ନାରୀମାନେ ବୀରାଙ୍ଗନା, ଜ୍ଞାନୀ, ଗୁଣୀ, ସ୍ନେହୀ, ସହନଶୀଳତା ଓ ମମତାର ପ୍ରତୀକ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦାହରଣ ଦେଇ ସେମାନେ କନ୍ୟା ହୋଇ ମଧ୍ୟ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ବୋଲି କହିଥିଲେ । ଅତିରିକ୍ତ ଜିଲ୍ଳାପାଳ ଶରତ ଚନ୍ଦ୍ର ବେହେରା, ନୀମାଧବ ଭୋଇ, ସମାଜସେବୀ ଘାସିରାମ ପଣ୍ଡା, ଜ୍ୟୋତି ମିଶ୍ର ପ୍ରମୁଖ ଯୋଗଦେଇ କହିଲେ କନ୍ୟାଟିଏ ଘରର ଲକ୍ଷ୍ମୀ । ଘରମାନଙ୍କରେ କନ୍ୟା ସନ୍ତାନ ପ୍ରାପ୍ତ ହୁଅନ୍ତି ଯିଏ କନ୍ୟାମାନଙ୍କୁ ଆଦର ଯତ୍ନ କରିବାରେ କାର୍ପଣ୍ୟତା କରିନଥାନ୍ତି । ଆଜିର ଦିନରେ କନ୍ୟାମାନଙ୍କୁ ଉପଯୁକ୍ତ ସମ୍ମାନ ଓ ଆଦର ଦେବା ଏବଂ ସୁସ୍ଥ ସମାଜ ଗଠନରେ ସହାୟକ ହେବା ପାଇଁ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ କନ୍ୟା ସନ୍ତାନ ସୁରକ୍ଷା ପାଇଁ ଶପଥ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଅତିଥିମାନେ ପ୍ରାରମ୍ଭରେ ‘ବେଟି ବଚାଓ ଓ ବେଟି ପଢାଓ’ ସଚେତନତା ରଥକୁ ଉଦ୍ଘାଟନ କରିଥିଲେ । ପୂର୍ବାହ୍ନରେ କନ୍ୟା ସୁରକ୍ଷା ସଂପର୍କରେ ଏକ ସଚେତନତା ଶୋଭାଯାତ୍ରା ସୁଭାଷ ବୋଷ ଛକ ଠାରୁ ସଦ୍ଭାବନା ସଭାଗୃହ ପର୍ଯ୍ୟନ୍ତ ଯାଇଥିଲା । ଏହାକୁ ଅତିରିକ୍ତ ଜିଲ୍ଳାପାଳ ଶରତ ଚନ୍ଦ୍ର ବେହେରା ଉଦ୍ଘାଟନ କରିଥିଲେ ।