ମହିଳା ସରପଞ୍ଚଙ୍କୁ ଆକ୍ରମଣ ଘଟଣା:   ମାମଲା ରୁଜୁ କରି ପୁଲିସ ଚୁପ 

 ରାଜନଗର : ମହିଳା ଦଳିତ ସରପଞ୍ଚଙ୍କୁ ତାଙ୍କ ଘରେ ପଶି ସଙ୍ଘବଦ୍ଧ ଭାବେ ଆକ୍ରମଣ କରାଯିବା ଘଟଣାରେ ପୁଲିସ ମାମଲା ରୁଜୁ କରି ବସିଛି  । ଏନେଇ ଏକ ମାମଲା ରୁଜୁ ହୋଇଛି  । ସଙ୍ଗିନ ଦଫାରେ ପୁଲିସ ମାମଲା ରୁଜୁ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଘଟଣାର ୯ ଦିନ ପରେ ବି ଗିରଫ ନକରିବା ଘଟଣାକୁ ନେଇ ପତିକ୍ରିୟା ବଢିବାରେ ଲାଗିଛି  । ଏହି ଘଟଣାରେ ପୂର୍ବରୁ କେନ୍ଦ୍ରାପଡା ଜିଲା ସରପଞ୍ଚ ସଂଘର ସଭାନେତ୍ରୀ ଚାମେଲୀ ଓଝା ନେତୃତ୍ୱରେ, ସରପଞ୍ଚମାନେ ରାଜନଗର ଆଇଆଇସି, କେନ୍ଦ୍ରାପଡା ଜିଲ୍ଲାପାଳ , କେନ୍ଦ୍ରପଡା ଏସପିଙ୍କୁ ଭେଟି ଅଭିଯୋଗ କରିଥିବା ବେଳେ ଆଜି ଆମ୍ବେଦକର ଲୋହିଆ ବିଚାର ମଞ୍ଚ ଆନେ୍ଦାଳନଙ୍କୁ ଓହଲ୍ଲାଇବାକୁ ଚେତାବନୀ ଦେଇଛି  । ସେପଟେ ରାଜନଗର ସରପଞ୍ଚ ସଂହାର ବୈଠକ ବସି ସରକାରୀ କାର୍ଯ୍ୟ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି  । ଏହି ଘଟଣାରେ