ସାବଧାନ ! ପାକିସ୍ଥାନରୁ ଆସୁଥିବା ଫେକ୍ କଲକୁ ସତର୍କ କଲା ପୁଲିସ

ସାବଧାନ ! ପାକିସ୍ଥାନରୁ ଆସୁଥିବା ଫେକ୍ କଲକୁ ସତର୍କ କଲା ପୁଲିସ


ଭୁବନେଶ୍ୱର, ୧୬ା୫ : ପାକିସ୍ତାନରୁ ଆସୁଛି +୯୨ନମ୍ବରରୁ ହ୍ୱାଟ୍ସଆପ୍ କଲ । ସାଇବର ଅପରାଧୀକମାନେ ବିଭିନ୍ନ ମିଥ୍ୟା ଅଭିଯୋଗ କରି ପୁଲିସ ପରିଚୟ ଦେଇ ଟଙ୍କା ଲୁଟୁଛନ୍ତି । ସେଥିପାଇଁ ଯଦି ଆପଣଙ୍କ ପାଖକୁ +୯୨ ନମ୍ବରରୁ କଲ୍ ଆସିଲେ ତାହାହେଲେ ହୋଇଯାନ୍ତୁ ସାବଧାନ । ନଚେତ ହୋଇପାରନ୍ତି ବଡ଼ ଠକେଇର ଶିକାର । କେମିତି ଏହି ପାକିସ୍ଥାନର ଫେକ କଲ ଠକେଇରୁ ବଞ୍ଚିବାକୁ ସତର୍କ କରାଇଲା ପୁଲିସ । ପାକିସ୍ତାନ ନମ୍ବର ହ୍ୱାଟ୍ସଆପ୍ କଲ ଆସିଲେ ସାବଧାନ ରହିବାକୁ ପରାମର୍ଶ ଦେଇଛି ପୁଲିସ । +୯୨ ନମ୍ବରରୁ କଲରୁ ଦୂରେଇ ରହିବାକୁ ଲୋକଙ୍କୁ ଅପିଲ୍ କରାଯାଇଛି । କାରଣ ସାଇବର ଅପରାଧୀ ମାନେ ବିଭିନ୍ନ ମିଥ୍ୟା ଅଭିଯୋଗ କରି ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି । ସାଇବର ଠକମାନେ ଏଥର +୯୨ ନମ୍ବରରେ କଲ କରି ନିଜକୁ ପୁଲିସ ଅଧିକାରୀର ପରିଚୟ ଦେଉଛନ୍ତି । କହୁଛନ୍ତି, ଆପଣଙ୍କ ପ୍ରିୟଜନଙ୍କ ନାମରେ ଗୁରୁତର ଅପରାଧର ମିଥ୍ୟା ଅଭିଯୋଗ କରି ଟଙ୍କା ଲୁଟୁଥିବା ନେଇ ଅଭିଯୋଗ ହେଇଛି । ଏଥିଲାଗି ଜନସାଧାରଣଙ୍କୁ ସତର୍କ ଓ ସଜାଗ ରହିବାକୁ ପୁଲିସ ବିଭାଗ ଅପିଲ କରିଛି ।
ସୂଚନାଯୋରଗ୍ୟଯେ, ଦୁନିଆଁ ଟେକେନାଲୋଜୀରେ ଯେତିକି ଆଗକୁ ଯାଉଛି, ସାଇବର ଅପରାଧୀମାନେ ସେତିିକି ସକ୍ରିୟ ହେଉଛନ୍ତି । ଅନଲାଇନରେ ବିଭିନ୍ନ ପ୍ରକାର ଫେକ୍ କଲ୍, ଫେକ୍ ଲିଙ୍କ୍ ପଠାଇ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି । ଏବେ କିଛିଦିନ ହେଲା ପାକିସ୍ଥାନରୁ ଆସୁଛି ଫେକ୍ କଲ । ପୁଲିସ ଅଧିକାରୀ ମାନଙ୍କ ଫୋଟ ଥିବା ଏକାଧିକ ନମ୍ବରରୁ ହ୍ୱାଟ୍ସଆପ୍ କଲ ଆସୁଛି । ଫୋନ ଉଠାଇଲେ ବିଭିନ୍ନ କଥା କହି ଭୟଭୀତ କରି ଟଙ୍କା ଠକି ନେଉଛନ୍ତି । ଏହା ଜଣାପଡ଼ିବା ପରେ ଓଡ଼ିଶା ପୁଲିସ ଜନସାଧାରଣଙ୍କୁ ସତର୍କ କରିଛି । ପୁଲିସ ତାର "ଏକ୍ସ' ଆକାଉଣ୍ଟରେ କହିଛି । +୯୨ ନମ୍ବର ଥିବା ହ୍ୱାଟ୍ସଆପ୍ କଲ ଠାରୁ ଦୂରେଇ ରୁହନ୍ତୁ ! ଅପରାଧୀ ମାନେ ଏବେ ଟଙ୍କା ଆଦାୟ କରିବା ପାଇଁ, ହ୍ୱାଟ୍ସଆପ୍ କଲ କରିବା ସହ ପୁଲିସ ଅଧିକାରୀଙ୍କ ଫୋଟ ବ୍ୟବହାର କରୁଛନ୍ତି । ଆପଣଙ୍କ ପ୍ରିୟଜନଙ୍କ ନାମରେ ଗୁରୁତର ଅପରାଧର ମିଥ୍ୟା ଅଭିଯୋଗ କରି, ଟଙ୍କା ଲୁଟିବା ପାଇଁ ନୂତନ କୌଶଳ ବ୍ୟବହାର କରୁଛନ୍ତି । ସତର୍କ ରୁହନ୍ତୁ, ସଜାଗ ରୁହନ୍ତୁ । ନିକଟରେ ଏଭଳି ଏକାଧିକ ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଏଭଳି ସତର୍କ କରିଛି । ଜନସାଧାରଣ ଏହାକୁ ଗୁରୁତ୍ୱର ସହ ନେବା ସହ ଲୋକଙ୍କ ସତର୍କ କରିବାକୁ ନିବେଦନ କରାଯାଇଛି ।