"ସାମୁଦ୍ରିକ ମସô୍ୟ ଚାଷରେ ନୂତନ ସୁଯୋଗ' ଶୀର୍ଷକ ଆଲୋଚନାଚକ୍ର

 ଭୁବନେଶ୍ୱର   : ମସô୍ୟ-ପ୍ରାଣୀ ସମାବେଶ ଓଡ଼ିଶାର ଦ୍ୱିତୀୟ ଦିନରେ ଆଜି "ସାମୁଦ୍ରିକ ମସô୍ୟ ଚାଷରେ ନୂତନ ସୁଯୋଗ' ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ, ନୂଆପଡ଼ା, ରାୟଗଡ଼ା, ସୁବର୍ଣ୍ଣପୁର ଆଦି ଜିଲ୍ଲାରୁ ୨୦୦ରୁ ଅଧିକ ମସô୍ୟଚାଷୀ ଅଂଶଗ୍ରହଣ କରିଥିଲେ । ଓଡ଼ିଶାରେ ସାମୁଦ୍ରିକ ମସô୍ୟ ବିଭାଗ କ୍ଷେତ୍ରର ସମୃଦ୍ଧି ପାଇଁ ଥିବା ଅପାର ସମ୍ଭାବନା ସମ୍ପର୍କରେ ବିଶେଷଜ୍ଞମାନେ ଆଲୋକପାତ କରିଥିଲେ । ଏହି କ୍ଷେତ୍ରରେ ପ୍ରୟୋଗ ହେଉଥିବା ନୂତନ ଜ୍ଞାନ କୌଶଳ ସମ୍ପର୍କରେ ମସô୍ୟଚାଷୀମାନେ ପଚାରି ବୁଝିଥିଲେ । ଏହି ଆଲୋଚନାଚକ୍ରରେ ଗବେଷକ ଡକ୍ଟର ପି. କାର୍ତ୍ତିକ ସାମୁଦ୍ରିକ ଦଳ ଚାଷ ଉପରେ ଆଲୋକପାତ କରିଥିଲେ । ଗଭୀର ସମୁଦ୍ରରେ ମାଛ ଧରିବାର ଜ୍ଞାନ କୌଶଳ ବିଷୟରେ ବରିଷ୍ଠ ବୈଜ୍ଞାନିକ ଡକ୍ଟର ବାଇଯୁ ମଭି ଆଲୋଚନା କରିଥିଲେ । ରଙ୍ଗେଇଲୁଣ୍ଡା ମସô୍ୟ ବିଜ୍ଞାନ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ସୌମେନ୍ଦ୍ର ନନ୍ଦ ସମନିତ୍ୱ ମାଛ ଚାଷର କୌଶଳ ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଇଥିଲେ । ଏଗ୍ରିପୋଷ୍ଟ ଓ ଆକ୍ୱାପୋଷ୍ଟ ମାଗାଜିନର ସମ୍ପାଦକ ପ୍ରଦୀପ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ୨୬ ଜଣ ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା ।