ରାଜ୍ୟସ୍ତରୀୟ ମସô୍ୟ-ପ୍ରାଣୀ ସମାବେଶ : ୨୦୨୯ ସୁଦ୍ଧା ରାଜ୍ୟରେ ଉତ୍ପାଦନ ହେବ ୫ କୋଟି ଅଣ୍ଡା

 ଭୁବନେଶ୍ୱର:  ରାଜ୍ୟସ୍ତରୀୟ “ମସô୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୫”ର ଦ୍ୱିତୀୟ ଦିନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇ ମସô୍ୟଚାଷୀ ଓ ପ୍ରାଣୀପାଳକଙ୍କୁ ଦିଗଦର୍ଶନ ଦେଇଥିଲେ । ସେ କହିଥିଲେ ଏବେ ଦୈନିକ ପ୍ରାୟ ୧.୧୦ କୋଟି ଅଣ୍ଡା ଉତ୍ପାଦନ ହେଉଥିବା ବେଳେ ୨୦୨୯ ସୁଦ୍ଧା ଆମ ସରକାର ୫ କୋଟି ଅଣ୍ଡା ଉତ୍ପାଦନ ଲକ୍ଷ୍ୟ ରଖିଛନ୍ତି ।  ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନିଜ ଅଭିଭାଷଣରେ ମସô୍ୟଚାଷୀ ଓ ପ୍ରାଣୀପାଳକଙ୍କ ମନରେ ନୂଆ ଉସôାହ ଓ ଉଦ୍ଦୀପନା ଭରି ଦେଇଥିଲେ । ସେ କହିଥିଲେ, ଚାଷୀଙ୍କ ଆର୍ଥିକ ସମୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ବିଭିନ୍ନ ସରକାରୀ ଯୋଜନା ଉପରେ ସେ ଆଲୋକପାତ କରି ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ ।    
ସମାବେଶରେ ସମ୍ମାନନୀୟ ଅତିଥିଭାବେ ବିଧାୟକ ବାବୁ ସିଂ ଯୋଗ ଦେଇ କହିଥିଲେ, ମସô୍ୟଚାଷ ଓ ପ୍ରାଣୀପାଳନ କ୍ଷେତ୍ରରେ ଆମ ରାଜ୍ୟରେ ଅପାର ସମ୍ଭାବନା ରହିଛି । ଅଧିକରୁ ଅଧିକ ଲୋକ ଏହି କ୍ଷେତ୍ରରେ ସାମିଲ ହେବା ପାଇଁ ସେ ସମସ୍ତଙ୍କୁ ପ୍ରେରିତ କରିଥିଲେ । ମସô୍ୟ-ପ୍ରାଣୀ ସମାବେଶର ଦ୍ୱିତୀୟ ଦିନ ସମାରୋହରେ ବିଭିନ୍ନ ଶ୍ରେଣୀର ସର୍ବୋତ୍ତମ ଚାଷୀମାନଙ୍କୁ ସମ୍ମାନିତ କରାଯାଇଥିଲା । ଅନୁଗୁଳ ଜିଲ୍ଲାର ପୋଡାଗଡା ଗ୍ରାମର କୁଳମଣି ବେହେରା ଜୈବକୁଜ ପ୍ରକଳ୍ପରେ ସର୍ବୋତ୍ତମ କୃଷକ ପୁରସ୍କାର ଜିତିଥିବା ବେଳେ ମସô୍ୟ ଚାଷୀ ଯୋଜନାରେ ନବରଙ୍ଗପୁର ରେଙ୍ଗାବତିର ନନ୍ଦଲାଲ ରାୟ, ପ୍ରାଣୀ ପାଳନ କ୍ଷେତ୍ରରେ ରାୟଗଡ଼ା ପୋଡଗଡା ଗ୍ରାମର  ଧାନେଶ୍ୱରି ନାୟକ, ସର୍ବଶ୍ରେଷ୍ଠ ଘାସ ଚାଷୀ ବର୍ଗରେ ମୟୂରଭଞ୍ଜ ଜିଲ୍ଲାର ହିରାଲାଲ ମହନ୍ତ, ଦୁଗ୍ଧ ଚାଷୀ ଭାବେ ରାୟଗଡ଼ାର ଜାମି କ୍ରିଷ୍ଣା କୁମାରୀ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ସୌଦାମିନୀ ମିଶ୍ର, ଛେଳି ଚାଷୀ ଭାବେ ବାଲେଶ୍ୱର ଜିଲ୍ଲା ବଡପୋଖରି ଗ୍ରାମର ସରୋଜିନୀ ବେହେରା ପୁରସ୍କୃତ ହୋଇଥିଲେ । ବୈଷୟିକ ସହଯୋଗିତା-ଆଧାରରେ ଓଡ଼ିଶା ଉପକୂଳରେ ଗଭୀର ସାମୁଦ୍ରିକ ମସô୍ୟ ଜାହାଜର ରୂପରେଖ, ବୈଶିଷ୍ଟ୍ୟ ତଥା ଅଟକଳ ପ୍ରସ୍ତୁତି ନିମନ୍ତେ କେନ୍ଦ୍ରୀୟ କୃଷି ଗବେଷଣା ପ୍ରତିଷ୍ଠାନ, କୋଚିସ୍ଥିତ କେନ୍ଦ୍ରୀୟ ମସô୍ୟ ପ୍ରଯୁକ୍ତି ପ୍ରତିଷ୍ଠାନ ତଥା ଓଡିଶା ସରକାରଙ୍କ ମସô୍ୟ ବିଭାଗ ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।