ପ୍ରଭାତ ମେମୋରିଆଲ ଟି-୨୦ କ୍ରିକେଟ୍ 

 ଭୁବନେଶ୍ୱର : ତମାଣ୍ଡୋ କ୍ରିକେଟ୍ କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା ପ୍ରଭାତ ମେମୋରିଆଲ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ର ଆଜିର ପ୍ରଥମ ସେମିଫାଇନାଲରେ ଯାଁଳାକୁ ୭ ୱିକେଟ୍ରେ ପରାସ୍ତକରି ଯଦୁପୁର ଫାଇନାଲ୍ରେ ପ୍ରବେଶ କରିଛି । 
ଆଜି ଟସ୍ ଜିତି ଯାଁଳା ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ଅଭିଶେକ ପଟ୍ଟନାୟକ ୪୫ ବଲ୍ରେ ୧୧ ଚୌକା ଓ ୭ ଛକା ମାରି ୧୦୧ ରନ୍ ବଳରେ ୨୦ ଓଭରରେ ୯ ୱିକେଟ୍ ହରାଇ ୨୨୫ ରନ୍ କରିଥିଲା । ଯଦୁପୁର ପକ୍ଷରୁ ବିକାଶ ରାଉତ ୩ଟି ଓ ସୟଦ ନିଶାର ଅଲ୍ଲୀ ୨ଟି ୱିକେଟ୍ ନେଇଥିଲେ । ୨୨୬ ରନର ବିଜୟ ଲକ୍ଷ୍ୟକୁ ଯଦୁପୁର ଦଳ ଜିତେନ୍ଦ୍ର ଦାସ ନଟ୍ଆଉଟ୍ ରହି ୪୪ ବଲ୍ରେ ୭ ଚୌକା ଓ ୯ ଛକା ସହ ୯୭ ରନ୍, ବିକାଶ ରାଉତ ୩୫ ବଲରୁ ୬୧ ରନ୍ ଓ ମହମ୍ମଦ ସୁଲେମାନଙ୍କ ୧୮ ବଲ୍ରେ ୫୦ ରନ୍ ବଳରେ ୧୯ ଓଭରରେ ୩ ୱିକେଟ୍ ହରାଇ ହାସଲ କରି ନେଇଥିଲା । ବିକାଶ ରାଉତଙ୍କ ଅଲ୍ରାଉଣ୍ଡିଂ ସାଫଲ୍ୟ ଯୋଗୁଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇ ଆଜିର ଅତିଥି ପଟ୍ଟନାୟକ ଏଣ୍ଟରପ୍ରାଇଜର୍ସର ପ୍ରୋପାଇଟର ଶକ୍ତି କୁମାର ପଟ୍ଟନାୟକଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ମ୍ୟାଚ୍ ପରିଚାଳନା କରିଥିଲେ ଅବିନାଶ ପଟ୍ଟନାୟକ ଏବଂ ଖଗେଶ୍ୱର ସୁବୁଦ୍ଧି । ଆସନ୍ତାକାଲି ଗ୍ରୁପ୍-"ବି'ର ପ୍ରଥମ କ୍ୱାର୍ଟର ଫାଇନାଲ୍ରେ କଲ୍ୟାଣପୁରକୁ ଭେଟିବ ଗଙ୍ଗପା ।
ସେହିପରି ସୋମବାର ଖେଳାଯାଇଥିବା ସେମି ଫାଇନାଲରେ ଭାଲିଆବିକୁ ୯୬ ରନ୍ରେ ପରାସ୍ତ କରି ଯଦୁପୁର ସେମି ଫାଇନାଲରେ ପ୍ରବେଶ କରିଥିଲା । ଯଦୁପୁର ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ନିର୍ଦ୍ଧାରିତ ୧୬ ଓଭରରେ ମହମ୍ମଦ ତାବ୍ରିଜଙ୍କ ଦ୍ରୁତ ଅର୍ଦ୍ଧଶତକ (୨୯ ବଲରେ ୫୨ ରନ୍) ଏବଂ ମାନସ କୁମାର ବେହେରାଙ୍କ ୧୧ ବଲ୍ରେ ୩୪ ରନ୍ ବଳରେ ୯ ୱିକେଟ୍ ହରାଇ ୧୯୭ ରନ୍ କରିଥିଲା । ବିପକ୍ଷ ଦଳର ଦୁଦୁଲ ତ୍ରିପାଠୀ ଏବଂ ସଂଗ୍ରାମ ସାମନ୍ତରାୟ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ । ୧୯୮ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଭାଲିଆବି ଦଳ ୧୩.୧ ଓଭରରେ ମାତ୍ର ୧୦୧ ରନ୍ କରିବାକୁ ସମର୍ଥ ହୋଇଥିଲା । ଦଳପକ୍ଷରୁ ପ୍ରିୟବ୍ରତ ପଟ୍ଟନାୟକ ସର୍ବାଧିକ ୩୨ ରନ୍ କରିଥିଲେ । ଯଦୁପୁର ଦଳର ସେକ୍ ସଲ୍ମନ ୩ ଓଭରରେ ୧ ରନ୍ ଦେଇ ୫ଟି ୱିକେଟ୍ ଅକ୍ତିଆର କରିଥିଲେ । ଇମ୍ତିଆଜ ଅଲ୍ଲୀ ୩ଟି ବିକେଟ୍ ନେଇଥିଲେ । ସେକ୍ ସଲମନ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇ ଆଜିର ଅତିଥି ଟିସିସିର ବରିଷ୍ଠ ସଦସ୍ୟ ବିଜନ ମହାନ୍ତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଆସନ୍ତାକାଲି ପ୍ରଥମ ସେମି ଫାଇନାଲ ଯାଁଳା ଏବଂ ଯଦୁପୁର ମଧ୍ୟରେ ଅନୁଷ୍ଠିତ ହେବ । ଉଦ୍ଘାଟନୀ ମ୍ୟାଚ୍ରେ ସୁଆଙ୍ଗକୁ ୧୭୭ ରନ୍ରେ ପରାସ୍ତ କରି ଯାଁଳା ବିଜୟୀ ହୋଇଥିଲା ।