ସାମ୍ବାଦିକ ସମ୍ବର୍ଦ୍ଧିତ
ଆନନ୍ଦପୁର : ସ୍ୱାଧୀନତା ଦିବସ ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ତଥା ଆନନ୍ଦପୁର ସୂର୍ଯ୍ୟପ୍ରଭା ପ୍ରତିନିଧି କିରନ ପାଢ଼ୀଙ୍କୁ ଉପଜିଲ୍ଲାପାଳ ନୀଳମାଧବ ସୁନା ସମ୍ବର୍ଦ୍ଧିତ କରିଛନ୍ତି । ପ୍ରେସ ପରିଷଦ ସଭାପତି ନିରାକାର ଦଳେଇ ସୂର୍ଯ୍ୟପ୍ରଭା ପ୍ରତିନିଧି କିରନ ପାଢ଼ୀଙ୍କ ନାମକୁ ସୁପାରିଶ କରିଥିଲେ. ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ଉପଜିଲ୍ଲାପାଳ ଗଣମାଧ୍ୟମ ପ୍ରତିନିଧି ଶ୍ରୀ ପାଢ଼ୀଙ୍କୁ ସମସ୍ତ ପ୍ରଶାସିନିକ ଅଧିକାରୀଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରିଥିଲେ । କଳୁଷିତ ସମାଜକୁ ସଂସ୍କାରିତ କରିବାପାଇଁ ମୋ କଲମ ମୁନ ସର୍ବଦା ଚାଲୁଥିବ ଏବଂ କାହା ଚାପରେ କଲମର ମୁଁନ ଅଟକିବ ନାହିଁ ବୋଲି ନିଜ ପ୍ରତିକ୍ରିୟା ରେ ଶ୍ରୀ ପାଢ଼ୀ କହିଥିଲେ । ସେହିପରି ଆଜିର ଏହି ସମ୍ବର୍ଦ୍ଧନାର ଶ୍ରେୟ ଶ୍ରୀ ପାଢ଼ୀ ପ୍ରେସ ପରିଷଦ ସଭାପତି ନିରାକାର ଦଳେଇଙ୍କୁ ଦେଇଥିବା ବେଳେ ନିଜ କୃତଜ୍ଞତା ଜଣାଇଛନ୍ତି ।