ରଏନଗୁଡା-ବନ୍ଦପଡା ରାସ୍ତା ଶୋଚନୀୟ
କୋକସରା : କଲାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡପୋଡାଗୁଡା ପଞ୍ଚାୟତର ରଏନଗୁଡା ମାଟି ଦେବୀ ମନ୍ଦିରରୁ ରଏନଗୁଡା ବନ୍ଦପଡାକୁ ସଂଯୋଗ କରୁଥିବା ରାସ୍ତା ପୋଲ ନିକଟରେ ବର୍ଷା ପାଣି ଜମି ରହି କାଦୁଅ ହେବା ସହ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନା ଅନୁସାରେ ଉକ୍ତ ରାସ୍ତା ଦେଇ ଦାବ୍ରିଗୁଡା, ସର୍ଗିଗୁଡା, ଡୁଡୁକାଠେଙ୍ଗା ପଞ୍ଚାୟତର ଧୋବେନଚଞ୍ଜରା, ନୂଆପଡ଼ାର ଲୋକେ ବିଭିନ୍ନ କାମରେ ରଏନଗୁଡା ଗ୍ରାମକୁ ଆସିଥାନ୍ତି । ଏହି ରାସ୍ତା ଦେଇ ଗ୍ରାମର ଛୋଟ ଛୋଟ ସ୍କୁଲ ଛାତ୍ରଛାତ୍ରୀ ସ୍କୁଲ କୁ ଯିବା ଆସିବା କରିଥାନ୍ତି । ଯାହାକୁ ନେଇ ଛାତ୍ରଛାତ୍ରୀ ଙ୍କ ଅଭିଭାବକ ଓ ଲୋକେ ଚିନ୍ତାରେ ଏବେ ପୋଲ ନିକଟରେ ଏପରି କାଦୁଅ ହେଇଛି ଯେ ଟିକିଏ ଅସାବଧାନତା ହେଲେ ପଡିଯାଇ ଖଣ୍ଡିଆ ଖାବରା ହେବାର ମଧ୍ୟ ବହୁତ ସମ୍ଭାବନା ରହିଛି । ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଶ୍ରୀଘ୍ର ମରାମତି କରିବା ପାଇଁ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।