ସାମ୍ବାଦିକ ୟୁନିଅନ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା
ସିଂହପୁର : ଆତଙ୍କି ହମଲାରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ଆତ୍ମାର ସଦଗତି କାମନା କରି ବିଞ୍ଝାରପୁର ସାମ୍ବାଦିକ ୟୁନିଅନ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ୟୁନିଅନର ସଭାପତି ଦେବ ପ୍ରସାଦ ସାହୁଙ୍କ ତତ୍ତ୍ୱାବଧାନ ଆୟୋଜିତ କ୍ୟାଣ୍ଡେଲ ଶୋଭାଯାତ୍ରା ପ୍ରୀତିପୁର ବଜାର ପରିକ୍ରମା କରି ଦୁର୍ଗା ପଡିଆରେ ଶେଷ ହୋଇଥିଲା । କାର୍ଯ୍ୟକ୍ରମରେ ଅଳକୁଣ୍ଡ ଥାନା ଅଧିକାରୀ ଦେବାଶିଷ ଶତପଥୀ, ସାମ୍ବାଦିକ ୟୁନିଅନର ସମ୍ପାଦକ ସେକ ସନୱାର, ସୀତାକାନ୍ତ ସାମଲ, ସତ୍ୟରଞ୍ଜନ ମଲ୍ଲିକ, ଗୁଲସନ ନୱାଜ ଅଲି ଖାଁ, ବିଶ୍ୱଜିତ ନାୟକ, ଶଙ୍କର୍ଷଣ ସାମଲ, ସୁରେନ୍ଦ୍ର ସାମଲ, ଉପଦେଷ୍ଟା ଅକ୍ଷୟ ନାୟକ, ଗୋପାଳ ସୂତାରେ, ଅନଙ୍ଗ ଉଦୟ ବେଉରିଆ, ଶୁଭେନ୍ଦ୍ର ସାମଲ, ନିମାଇଁ ଘଡ଼ାଇ, ଗୋପାଳ ସୂତାରଙ୍କ, ଶିକ୍ଷକ ସଂଘ ସଭାପତି ରବିନାରାୟଣ ମହାନ୍ତି, କୈଳାସ ମଲ୍ଲିକ, ଭୁବନାନନ୍ଦ ସାହୁଙ୍କ ସମେତ ସ୍ଥାନୀୟ ବ୍ୟବସାୟୀ, ଯୁବକ, ସ୍ୱେଛାସେବୀ ସାମିଲ ହୋଇ ଆତଙ୍କି ଆକ୍ରମଣ ଘଟଣାର ତୀବ୍ର ନିନ୍ଦା କରିଥିଲେ ।