ସରପଞ୍ଚଙ୍କୁ ‘ପଞ୍ଚାୟତ ଗୌରବ’ ସମ୍ମାନ
ରସୁଲପୁର : ରସୁଲପୁର ବ୍ଲକ ଭୋଟକା ପଞ୍ଚାୟତ ସରପଞ୍ଚ ସ୍ମୃତିରେଖା ରାଉତଙ୍କୁ ‘ପଞ୍ଚାୟତ ଗୌରବ’ସମ୍ମାନରେ ସମ୍ମାନିତ କରାଯାଇଛି । ପଞ୍ଚାୟତର ନିଜସ୍ୱ ଆୟ ବୃଦ୍ଧି କରିବା, ଦଳିତ ଓ ପଛୁଆ ବର୍ଗର ଲୋକମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରିବା, ଷ୍ଟାଣ୍ଡିଙ୍ଗ କମିଟି ଗଠନ କରିବା ଓ ତାକୁ ବାସ୍ତବ ଉଦେଶ୍ୟରେ କାର୍ଯ୍ୟକାରୀ କରିବା ଭଳି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଛି । ଭୂବନେଶ୍ୱର ସ୍ଥିତ ଏସଏମଆର ସି-ସଭାଗୃହରେ ଗବେଷଣାଚକ୍ର, ଇନ୍ଷ୍ଟିଚିୁ୍ୟଟ୍ ଅଫ ସୋସିଆଲ ସାଇନସ୍ ଓ ସଂସୃଷ୍ଟି ପଞ୍ଚାୟତ ବିକାଶ ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ‘ସାମଗ୍ରିକ ବିକାଶ ଓ ପଞ୍ଚାୟତି” ଶୀର୍ଷକ ଆଲୋଚନାଚକ୍ର କାର୍ଯ୍ୟକ୍ରମରେ ସରପଞ୍ଚଙ୍କୁ ଏଭଳି ସମ୍ମାନରେ ସମ୍ମାନିତ କରାଯାଇଛି । ପଞ୍ଚାୟତ ବିକାଶ ପରିଷଦର ରାଜ୍ୟ ଆବାହକ ନିରାକାର ବେଉରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ର ଓ ସମ୍ମାନିତ ଉତ୍ସବରେ ଅତିଥି ଭାବରେ ସଂସୃଷ୍ଟି ପଞ୍ଚାୟତ ବିକାଶ ପରିଷଦର ନିଦେ୍ର୍ଦଶିକା ତଥା ଉକ୍ରଳ ୟୁନିଭସିଟି୍ର ଅବସରପ୍ରାପ୍ତ ପ୍ରଧ୍ୟାପିକା ଡଃ ଆଶା ହଂସ, ଉକ୍ରଳ ବିଶ୍ୱବିଦ୍ୟାଳୟର ୟୁନିଭର୍ସିଟିର ପବ୍ଲିକ ଆଡମିନଷ୍ଟ୍ରେସନ ବିଭାଗର ଅବସରପ୍ରାପ୍ତ ଅବସରପ୍ରାପ୍ତ ପ୍ରଧ୍ୟାପିକା ତଥା ନିଦେ୍ର୍ଦଶିକା ଡେଭଲପମେଣ୍ଟ ରିସର୍ଚ୍ଚ ଇନଷ୍ଟିଚୁ୍ୟଟ୍ ପ୍ରଫେସର ସ୍ୱର୍ଣ୍ଣମୟୀ ତ୍ରିପାଠୀ, ଇନଷ୍ଟିଚୁ୍ୟଟ୍ ଅଫ ସୋସିଆଲ ସାଇନସ୍ର ଗବେଷିକା ପ୍ରମିଳା ପଟ୍ଟାନାୟକ, ଗବେଷିକା ବନପ୍ରଭା ନାୟକ, ଉକ୍ରଳ ୟୁନିଭର୍ସିଟ୍ର ଅବସରପ୍ରାପ୍ତ ଏନଏସଏସର ମୁଖ୍ୟ ନିରୋଦ ଖୁଣ୍ଟିଆ, ସମ୍ବଳ ଅଧିକାରୀ ମାୟାଧର ବେହେରା ପ୍ରମୁଖ ଯୋଗଦେଇଥିଲେ । ସମାରୋହରେ ଧର୍ମଶାଳା ବ୍ଲକ ୧୩ନମ୍ବର ଜୋନର ଜିଲାପରିଷଦ ସଭ୍ୟା ସ୍ମୃତିରେଖା ବେହେରା ଓ ଉତ୍ତରପ୍ରତାପ ପଞ୍ଚାୟତର ସମିତିସଭ୍ୟା କ୍ଷୀରାବ୍ଦି ତନୟା ମଲ୍ଲିକଙ୍କୁ ସମ୍ମାନିତ କରାଯାଇଥିଲା । ଏଥିସହ ଯାଜପୁର ଜିଲାରୁ ପଞ୍ଚାୟତରାଜ ବ୍ୟବସ୍ଥାର ଜଣେ ସୁ-ପ୍ରଶିକ୍ଷକ ଭାବରେ ଦେବବ୍ରତ ରାଉତଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା ।