ଓଡ଼ିଶା ସ୍ୱାଧୀନତା ସଂଗ୍ରାମ ଇତିହାସକୁ ମାନ୍ୟତା ମିଳୁ
ଯାଜପୁର : ଇତିହାସ ପୁସ୍ତକରେ ପୁର୍ବରୁ ସ୍ଥାନ ପାଇଥିବା ଓଡିଶାର ପାଇକ ବିଦ୍ରୋହ ପ୍ରଥମ ସ୍ୱାଧିନତାର ସଂଗ୍ରାମ ବିଷୟକୁ ଅଖିଳଚକ୍ର ସାରସ୍ୱତ ସଂଗଠନ ପକ୍ଷରୁ ସମର୍ଥନ କରାଯାଇଛି ।
କେନ୍ଦ୍ର ଶିକ୍ଷା ମନ୍ତ୍ରଳାୟ ଅଧିନସ୍ଥ ସଂସ୍ଥା ନ୍ୟାସନାଲ କାଉନସେଲ ଅଫ ଏଜୁକେଶନ ଆଣ୍ଡ ରିସର୍ଚ୍ଚ (ଏନସିଇଆରଟି) ପକ୍ଷରୁ ଏବେ ସେ ବିଷୟକୁ ଲୋପ କରିଥିବାରୁ ଅନୁଷ୍ଠାନର ବହୁ ସଦସ୍ୟ ଏହାର ପ୍ରତିବାଦ କରି କେନ୍ଦ୍ର ଶିକ୍ଷାବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏସମ୍ପର୍କରେ ସମ୍ପାଦକ ହରେକୃଷ୍ଣ ପଣ୍ଡା କେନ୍ଦ୍ର ସରକାରଙ୍କ ପୁନର୍ବିଚାର ପାଇଁ ଜଣାଇଛନ୍ତି ଯେ ଓଡିଶାର ପାଇକ ବିଦ୍ରୋହ ଯାହା୧୮୧୭ମସିହାରେ ହୋଇଥିଲା ଏଥିପୁର୍ବରୁ ଅନ୍ୟବିଦ୍ରୋହର ଦୃଷ୍ଟାନ୍ତ ଦିଆନଯାଇ ଏହାକୁ ପାଠ୍ୟପୁସ୍ତକରୁ ହଟାଇବା ବଡ ଦୁଃଖର ବିଷୟ । ଏହା ବାସ୍ତବରେ ଭାରତ ଓ ଓଡିଶାର ପ୍ରଥମ ସ୍ୱାଧିନତା ସଂଗ୍ରାମର ପ୍ରତୀକ ବୋଲି କୁହାଯିବାରେ ଏନସିଇଆରଟିର ଏଭଳି ଚକ୍ରାନ୍ତ କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ୧୮୩୧-୩୨ ଛୋଟନାଗପୁର,୧୮୫୫-୫୬ରେ ଓଡିଶା, ବିହାର ଓ ବଙ୍ଗଳାରେ ସାନ୍ତାଳ, ଜନଜାତି ବିଦ୍ରୋହକୁ ପାଠ୍ୟ ପୁସ୍ତକରେ ସ୍ଥାନ ଦିଆ ଯାଇଥିବା ବେଳେ ଓଡିଶାରେ ବ୍ରିଟିଶରାଜ ବିରୋଧରେ ଘଟିଥିବା କୈ÷ାଣସି ଜନଆନେ୍ଦାଳନ, ସଂଗ୍ରାମ ଅଥବା ବିଦ୍ରୋହ ସ୍ଥାନ ପାଇ ନଥିବା ଏକାନ୍ତ ପ୍ରଣୀଧାନ ଯୋଗ୍ୟ । ୧୮୫୮ରେ ଯାଜପୁର ଜିଲ୍ଲାରେ ପ୍ରଥମ ସ୍ୱାଧିନତା ସଂଗ୍ରାମ ବା ସିପାହୀ ବିଦୋ୍ରହରେ ଫାସୀ ପାଇଥିବା ଛତିଶ ଦେବିଲର ଶ୍ରୂତୀ ବିଶ୍ୱାଳ ଓ ଖୋର୍ଦ୍ଧାର ଜୟୀ ରାଜଗୁରୁଙ୍କ ନାମ ପାଠ୍ୟ ପୁସ୍ତକରେ ସ୍ଥାନ ପାଇବା ଉଚିତ । କେନ୍ଦ୍ର ସରକାର ଏବଂ କେନ୍ଦ୍ରର ଶିକ୍ଷା ବିଭାଗ ଓଡିଶାର ସ୍ୱାଧିନତା ସଂଗ୍ରାମର ଇତିହାସକୁ ଯଥା ମାନ୍ୟତା ଦେବାକୁ ଅନୁଷ୍ଠାନର ଉପସଭାପତି ପ୍ରାଧ୍ୟାପକ ପ୍ରସନ୍ନ କୁମାର ରାଉତ, ଡଃ ଶ୍ରୀହରି ଧଳ, ସହ ସମ୍ପାଦକ ଗୌରାଙ୍ଗ ସ୍ୱାଇଁଁ, ସହମ୍ପାଦକ ରବୀନ୍ଦ୍ର ପରିଡା, ଅଭୟ କୁମାର ଖୁଂଟିଆ, ଅଟଳବିହାରୀ ନାୟକ, ସୂର୍ଯ୍ୟମଣୀ ବିଶ୍ୱାଳ ପ୍ରମୁଖ କେନ୍ଦ୍ରଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି ।