୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୨ ଗିରଫ
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲ ।ପାଳ ରଘୁରା ଆର ଆୟାରଙ୍କ ନିଦେ୍ର୍ଦଶକ୍ରମେ କେନ୍ଦ୍ରାପଡା ଅବକାରୀ ବିଭାଗ ପକ୍ଷରୁ ଅଧ୍ୟକ୍ଷ ବିପ୍ର ମଣ୍ଡଳଙ୍କ ନେତୃତ୍ୱରେ ପଟ୍ଟାମୁଣ୍ଡାଇ ଟାଉନ ଓ ରୁରଲ ଥାନା ଅଧିନିସ୍ତ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନିମପୁର ଗ୍ରାମର ରାଜେଶ କୁମାର ସେଠିଙ୍କ ପାଖରୁ ୫୦ ଗ୍ରାମ ବ୍ରଉନ ସୁଗାର ଓ ପଟ୍ଟାମୁଣ୍ଡାଇ ନଗରପାଳିକା ୱାର୍ଡ ନୁମ୍ବର-୧୩ ଅଞ୍ଚଳର ସଖାୱାତ ଅଲି ଖାନଙ୍କ ପାଖରୁ ୪୬ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜବତ ହେଇଥିବ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପାଖା ପାଖି ୯. ୬ ଲକ୍ଷ ହେବ ବୋଲି ଆକଳନ କରାଯାଉଅଛି । ଆଗାମୀ ଦିନରେ ଏହି ଚଢ଼ାଉ ବ୍ୟାପକ ଭାବରେ ଜାରି ରହିବ ବୋଲି ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ କହିଛନ୍ତି । ଏହି ଚଢ଼ାଉରେ ଅବକାରୀ ଉପ ନିରିକ୍ଷକ ଛାୟାକାନ୍ତ ନାୟକ, ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, ଧର୍ମପଦ ଦାସ, ସହାୟକ ଉପ ନିରୀକ୍ଷକ ସୁନୀଲ କୁମାର ମିଶ୍ର, ଟୁକୁନା ପ୍ରଧାନ ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ ।