ଟାର୍ଗେଟ୍ ଥାଇ ବିକିପାରିଲେନି ଧାନ : ଜିଲ୍ଲାପାଳଙ୍କୁ ଭେଟିଲେ ପଞ୍ଜୀକୃତ ଚାଷୀ

 କେନ୍ଦ୍ରାପଡା : ଆୟବା କୃଷି ସମବାୟ ସମିତିର ପଞ୍ଜିକୃତ ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟି ସମିତି ସେମାନଙ୍କର ଧାନ ନେଉ ନଥିବା ସଂପର୍କରେ ଆଲୋଚନା କରିଥରଲେ । ଏହି ସମିତିରେ ଟାର୍ଗେଟ ଥାଇ ମଧ୍ୟ ଶତାଧିକ ଚାଷୀ ସେମାନଙ୍କର ଧାନ ଆଜି ପର୍ଯ୍ୟନ୍ତ ବିକ୍ରି କରି ନଥିବା ସମ୍ପର୍କରେ ସମିତି ସଂପାଦକ ଓ ସଭାପତିଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଚାଷୀଙ୍କର କୌଣସି ବ୍ୟବସ୍ଥା ନ ହେବାରୁ ଗୁରୁବାର ସମସ୍ତ ଚାଷୀ ଜିଲ୍ଲପାଳ ସ୍ମୃତି ରଞ୍ଜନ ପ୍ରଧାନ ଓ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁଙ୍କୁ ଭେଟି ତୁରନ୍ତ ସେମାନଙ୍କ ଧାନକୁ ନେବାପାଇଁ ଦାବି କରିଛନ୍ତି । ଜିଲ୍ଲାପାଳ ଅଭିଯୋଗ ପାଇବା ପରେ ଏଆରସିଏସଙ୍କୁ ଡାକି ତୁରନ୍ତ ଘଟଣା ସମ୍ପର୍କରେ ତଦନ୍ତ କରି ସମସ୍ୟାର ସମାଧାନ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଏହି ଆଲୋଚନା ସମୟରେ ପୂର୍ବତନ ସରପଞ୍ଚ ଗଗନ ବିବାରୀ ସାହୁ, ଆଇନଜୀବୀ ଦୁର୍ଯେ୍ୟାଧନ ସାହୁ, ଅଂଶୁମାନ ଦାସ, ସଚ୍ଚିକାନ୍ତ ଘଡାଇ, ପ୍ରଭାତ ସାହୁ, ପ୍ରେମାନନ୍ଦ ଘଡାଇ ପ୍ରମୁଖ ଉପସ୍ଥିତ ଥିଲେ  ।