‘ଗୁରୁଙ୍କ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଆଳିବ୍ଲକ ମାଳପାଟଣା ନିବାସୀ ସ୍ୱର୍ଗତ ନଟବର ସାହୁଙ୍କ ଏକାଦଶାହରେ ତାଙ୍କ ସ୍ମୃତିରେ ଭାତୁଆବଟ ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଫୁଲ ଗଛ ସହିତ ରକ୍ତ ଚନ୍ଦନ, ଆମ୍ବ, ଗୁଆ, ପଣସ, ଲିଚୁ, ଜାମୁକୋଳି ଓ ସମି ବୃକ୍ଷ ଇତ୍ୟାଦିଗଛ ଲଗାଯାଇଛି । ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ଏହି ଗୁରୁ ପ୍ରତିମ ବ୍ୟକ୍ତିଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା । କାର୍ଯ୍ୟକ୍ରମର ନାମ ଥିଲା "ଗୁରୁ ଙ୍କ ପାଇଁ ଗଛ ଟିଏ’ । ଏହି କାର୍ଯ୍ୟକ୍ରମକୁ ଦେଖି ତାଙ୍କର ଶିକ୍ଷକ ବନ୍ଧୁଙ୍କ ସହ ଅଞ୍ଚଳବାସୀ ମାନେ ଟ୍ରଷ୍ଟର ଏହି କାର୍ଯ୍ୟକ୍ରମକୁ ଭୂରିଭୂରି ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ଦମନ ମହାନ୍ତିଙ୍କ ସମେତ ଉପ ସଭାପତି ରଶ୍ମି ରଞ୍ଜନ ବାରିକ, ଅଶ୍ୱିନୀ ସାହୁ, ତପନ କୁମାର ନାଥ, କାଳନ୍ଦୀ ମଲିକ ଓ ଗଛ ମଣିଷ ରାଜେନ୍ଦ୍ର ଲେଙ୍କା ଉପସ୍ଥିତ ରହି କାର୍ଯ୍ୟ ଟିକୁ ସମ୍ପୂର୍ଣ କରିଥିଲେ ।