ସାହିତ୍ୟ ସମ୍ରାଟ ରାଜର୍ଷି ବିକ୍ରମଦେବ ବର୍ମାଙ୍କ ଜୟନ୍ତୀ

ଜୟପୁର : ସାହିତ୍ୟ ସମ୍ରାଟ ବିକ୍ରମଦେବ ବର୍ମାଙ୍କ ୧୫୭ତମ ଜୟନ୍ତୀ ପାଳନ ଓଡ଼ିଶା ସାହିତ୍ୟ ଏକାଡମୀ ଓ ଜୟପୁର ସାହିତ୍ୟ ପରିଷଦଙ୍କ ମିଳିତ ଆନୁକୂଲ୍ୟରେ ଏକ ସାରସ୍ୱତ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଜୟପୁର ସାହିତ୍ୟ ପରିଷଦର ସଭାପତି ହରିହର କରସୁଧା ପଟ୍ଟନାୟକଙ୍କ ପୌରହିତ୍ୟରେ ତାରାପ୍ରସାଦ ବାହିନୀପତି ଜୟପୁର ବିଧାୟକ ଉଦ୍ଘାଟକ ରହିଥିଲେ, ଡ. ସୁରେନ୍ଦ୍ର ନାଥ ଦାଶ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ, ମୁଖ୍ୟ ଅତିଥି ଶ୍ରୀରଙ୍ଗ ନାୟକ, ଗବେଷକ ସାହିତି୍ୟକ ମୁଖ୍ୟବକ୍ତା ଏବଂ ପ୍ରଫେସର ସତ୍ୟନାରାୟଣ ରଥ, ସମାଜ ଶାସ୍ତ୍ରବିତ୍ ପୂର୍ବତନ ନିଦେ୍ର୍ଦଶକ କୋଟସ୍ କୋରାପୁଟ ସମ୍ମାନୀତଅତିଥି ଭାବେ ଯୋଗ ଦେଇଥିଲେ ।
ନିରଞ୍ଜନ ପାଣିଗ୍ରାହି ମଞ୍ଚ ପରିଚାଳନା କରିଥିଲେ । ଏହି ସାରସ୍ୱତ ସଭାରେ ବୋହୁ ଲୋକ ଉପସ୍ଥିତଥିଲେ । ସାହିତ୍ୟ ସମ୍ରାଟ ବିକ୍ରମ ଦେବ ବର୍ମାଙ୍କ ସନ୍ଦର୍ଭରେ କହିଥିଲେ ଯେ, ଜୟପୁର ମହାରାଜା ସାହିତ୍ୟ ସମ୍ରାଟ ବିକ୍ରମ ଦେବ ବର୍ମା ଏକାଧାରରେ ଥିଲେ ଜଣେ କବି, ନାଟ୍ୟକାର, ଗବେଷକ, ସଂସ୍କୃତବିଦ ଓ ସାହିତ୍ୟାନୁରାଗୀ, ଓଡ଼ିଆ, ତେଲୁଗୁ ଓ ସଂସ୍କୃତ ଭାଷାରେ ଜଣେ ବିଦ୍ୱାନ ଏବଂ ଓଡ଼ିଆ ସଂସ୍କୃତିର ଦିଗ୍ଦର୍ଶକ ଥିଲେ । ପାରଳା ଠାରେ ଅନୁଷ୍ଠିତ ଉକ୍ରଳ ସମ୍ମିଳନୀ ୧୦ମ ଅଧିବେଶନର ସମ୍ମାନସ୍ପଦ ସଭାପତି ଆସନ ଅଳଙ୍କୃତ କରିଥିଲେ । ବହୁ ଲୋକହିତକର କାର୍ଯ୍ୟ ସହିତ ଓଡିଆ କବି ସାହିତି୍ୟକଙ୍କୁ ପ୍ରୋତ୍ସାହନ ପ୍ରଦାନ କରି ନିଜର ବଦାନ୍ୟତା ଓ ମହାନୁଭବତା ପ୍ରତିପାଦିତ କରିଥିଲେ । ସାହିତ୍ୟ ସମ୍ରାଟଙ୍କ ଉଲ୍ଲେଖନୀୟ ରଚନାବଳୀ ଗୁଡ଼ିକ ଭଗବଦ୍ ଗୀତା ମାହାତ୍ମ୍ୟ, ସଙ୍ଗୀତ ରାଧାମାଧବ ନାଟକ,  ଗୋବିନ୍ଦ ମଞ୍ଜରିକାବଳୀ, ଭକ୍ତିରତ୍ନମାଳିକା, ସରସ ଗୀତାବଳୀ, ଯଜୁର୍ବେଦୀୟ ସନ୍ଧ୍ୟା ପ୍ରୟୋଗ, ଋତୁବର୍ଣ୍ଣନା, ବୁଦ୍ଧଚରିତ ନାଟକ, କାଦମ୍ବରୀ କଥାସାର, ଉକ୍ରଳ କୁନ୍ଦମାଳା ନାଟକ ଇତ୍ୟାଦି । ବିକ୍ରମଦେବ ସମ୍ମାନ ୨୦୨୫ ବଙ୍ଗାଳୀ ନନ୍ଦଙ୍କୁ ଏବଂ ଜୟପୁର ସାହିତ୍ୟ ପରିଷଦ ସମ୍ମାନ ପ୍ରଫେସର ସତ୍ୟନାରାୟଣ ରଥଙ୍କୁ ଦିଆଯାଇ ଥିଲା । ଏହି ଆବସୋରରେ ଏକ ପୁସ୍ତକ ଲୋକାର୍ପଣ ସ୍ମୃତି ପାଖୁଚା ଗାୟତ୍ରୀ ବାହିନୀପତି କରିଥିଲେ ।