ସିଆଇଏସ୍ଏଫ୍ କମାଣ୍ଡାଣ୍ଟ ସନତଙ୍କୁ ଶୁଭେଚ୍ଛା
ପାରାଦୀପ: ଅଗଷ୍ଟ ୨୪ ତାରିଖରେ ପାରାଦୀପସ୍ଥିତ କେନ୍ଦ୍ରୀୟ ଶିଳ୍ପ ନିରାପତା ବାହିନୀ (ସିଆଇଏସ୍ଏଫ୍) କମାଣ୍ଡାଂଟ ସନତ୍ ପଟ୍ଟେଲ ପୂର୍ଣ୍ଣ ମାରାଥନ ବର୍ଗ (୪୨.୧୯୫ କିଲୋ ମିଟର)ରେ ୩ ଘଂଟା ୩୦ ମିନିଟର ପ୍ରଭାବଶାଳୀ ସମୟ ସହିତ ଏନ୍ଏମଡିସି ହାଇଦ୍ରାବାଦ ମାରାଥନ୍ ୨୦୨୫ ଶେଷ କରି ଗୌରବ ଅର୍ଜ୍ଜନ କରିଛନ୍ତି । ହାଇଦ୍ରାବାଦ୍ ମାରାଥନ୍କୁ ଅନେକ ଫ୍ଲାଏଓଭର ଓ ପାହାଡ ଯୋଗୁ ଭାରତର ସବୁଠାରୁ କଷ୍ଟକର ମାରାଥନ୍ ଭାବେ ବିବେଚନା କରାଯାଇଥାଏ । ଦେଶର ବୃହତ ବନ୍ଦରଙ୍କ ମଧ୍ୟରେ ସର୍ବବୃହତ ପାରାଦୀପ ବନ୍ଦରରେ କମାଣ୍ଡାଂଟ ସନତ୍ କୁମାରଙ୍କ ଜବରଦସ୍ତ ଭୂମିକା ଓ ଦାୟିତ୍ୱ ସତ୍ୱେ ଏହି ଉଲ୍ଲେଖନୀୟ ସଫଳତା କମାଣ୍ଡାଂଟ ସନତଙ୍କ ଶାରିରୀକ ସୁସ୍ଥତା ଓ ବ୍ୟକ୍ତିଗତ ଉକ୍ରର୍ଷତା ପ୍ରତି ଦୃଢ଼ ସମର୍ପଣ ଭାବର ପ୍ରମାଣ ଅଟେ । ପାରାଦୀପ ବନ୍ଦର ପାଇଁ ଗର୍ବ ଓ ଗୈାରବ ଆଣି ଦେଇଥିବା ସିଆଇଏସ୍ଏଫ୍ କମାଣ୍ଡାଂଟ ସନତ୍ ପଟ୍ଟେଲଙ୍କୁ ପାରାଦୀପ ବନ୍ଦର ପ୍ରାଧିକରଣର ଅଧ୍ୟକ୍ଷ ପିଏଲ ହରନାଦ୍ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉତରୋତର ଉନ୍ନତି କାମନା କରିଛନ୍ତି ।