ବ୍ରହ୍ମବରଦାରେ ଗଣେଶ ପୂଜା ଅନୁଷ୍ଠିତ
ବ୍ରହ୍ମବରଦା : ରସୁଲପୁର ବ୍ଲକ ବ୍ରହ୍ମବରଦା ପଞ୍ଚାୟତର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ବିଘ୍ନ ବିନାଶକ ଶ୍ରୀ ଗଣେଶ ମହାପ୍ରଭୁଙ୍କ ପୂଜ୍ୟପୂଜା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଞ୍ଚାୟତ ଅଧିନ ୯ନମ୍ବର ୱାର୍ଡ ଅନୁସୂଚିତ ଜାତି ସାହିର ସ୍ୱେଚ୍ଛାସେବୀ ସଂଗଠନ କିଶୋର କ୍ଲବ ଆନୁକୂଲ୍ୟରେ ଗଣେଶ ପୂଜା ବହୁ ଧୁମଧାମରେ ପାଳିତ ହୋଇଯାଇଛି । ମୁଖ୍ୟକର୍ତା ପଦନ ଦାସ ଓ ତାଙ୍କ ସହଧର୍ମିଣୀ ପ୍ରମିଳା ଦାସ ବ୍ରାହ୍ମଣୀ ନଦୀରୁ ଜଳ ଉଠାଇ ପୂଜା ମଣ୍ଡପରେ କଳସ ସ୍ଥାପନ କରିବା ପରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା । ପୂଜା କମିଟି ସଭାପତି ବିକ୍ରମ ଦାସ, ସମ୍ପାଦକ ରାଜୁ ଦାସ, କୋଷାଧକ୍ଷ ନିଶିକାନ୍ତ ଦାସ, ବରିଷ୍ଠ ସଭ୍ୟ ଅଶୋକ ଦାସ, ପ୍ରଦୀପ ଦାସ, ଟୁକୁ ଦାସ, ପ୍ରଶାନ୍ତ ଦାସ, ପିଂଟୁ ଦାସ, ଅଭି ଦାସ, ପଙ୍କଜ ଦାସ , ସିଲୁ ଦାସ, ରାଜା ଦାସ, ମଙ୍କୁ ଦାସ, ଦିଲୀପ ଦାସ, ମୁନା ଦାସ, ଆଦି ସଭ୍ୟ ଏହି ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ । ଏହି କ୍ରମରେ ବ୍ରହ୍ମବରଦା ପଞ୍ଚାୟତ ଢିଅସାହି, ବରଦା ସାହି, ବେଲଗୁଡି, ଚାରିଗାରପୁର, ଛେନାଖିଆପାଟଣା, ନୂଆକୂଳ ଆଦି ଗ୍ରାମ ମାନଙ୍କରେ ଗଣେଶ ପୂଜା ବହୁ ଆଡମ୍ବର ସହକାରେ ପାଳିତ ହୋଇଛି ।