ବିକାଶ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଅଘୋରୀ ଇଲେଭେନ୍ କଟକ ଚାମ୍ପିଅନ୍ 

 ବନ୍ତ:  ବନ୍ତ ବ୍ଲକ ନିଳୋକ ମିନି ଷ୍ଟାଡିୟମରେ ରାଜ୍ୟସ୍ତରୀୟ ବିକାଶ ମେମୋରିଆଲ ରାତ୍ରକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନିଳୋକ କପ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଟର୍ଣ୍ଣାମେଣ୍ଟରେ ୪ଟି କ୍ୱାର୍ଟର ଓ ୨ଟି ସେମି ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଛି । ଫାଇନାଲ ମ୍ୟାଚ୍ରେ ଚେଞ୍ଜର ଇଲେଭେନ ଭଦ୍ରକକୁ ହରାଇ ଅଘୋରୀ ଇଲେଭେନ କଟକ ଚାମ୍ପିଅନ ହୋଇଛି  । ଅଘୋରୀ ଇଲେଭେନ କଟକ ଟସ ଜିତି ଫିଲ୍ଡିଂ କରିବା ପାଇଁ ନିଷ୍ପରି ନେଇଥିଲା । ଚେଞ୍ଜର ଇଲେଭେନ ଭଦ୍ରକ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓରରରେ ୫ ୱିକେଟ ହରାଇ ୭୧ ରନ ସଂଗ୍ରହ କରିଥିଲା  । ଜବାବରେ ଅଘୋରୀ ଇଲେଭେନ କଟକ ୪୫ ଓଭରରେ ୩ ୱିକେଟ ହରାଇ ୭୨ ରନ କରି ଚାମ୍ପିଅନ୍ ହୋଇଥିଲା । ଅମ୍ପାୟାର ଭାବେ ମନୋଜ ଜେନା, ଅଶୋକ ରାଉତ, ଗଜେନ୍ଦ୍ର ଲେଙ୍କା, ସ୍କୋରର ଭାବେ ସଞ୍ଜୟ ଜେନା, ଶୁଭକାନ୍ତ ମହାନ୍ତି, ଭାଷ୍ୟକାର ଭାବେ ତାରାକାନ୍ତ ବେହେରା, ବିଜୟାନନ୍ଦ ଦାସ, ବିଶ୍ୱନାଥ ନାୟକଦାୟିତ୍ୱ ତୁଲାଇଥିଲେ  । ଦ୍?ଘାଟନୀ ଉସôବରେ ଶିକ୍ଷାବିତ ଦେବେନ୍ଦ୍ର ଜେନା, ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ, ଭାସ୍କର ଚନ୍ଦ୍ର ସେନାପତି, ସନାତନ ନାୟକ, ସରପଞ୍ଚଙ୍କ ପ୍ରତିନିଧି ରବିନ୍ଦ୍ର ସେଠୀ, ସମିତି ସଭ୍ୟ ଉଦ୍ଧବ ଚରଣ ସେଠୀ, ପୂର୍ବତନ ସରପଞ୍ଚ ଅଶୋକ ମହାନ୍ତି, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ ଯୋଗଦେଇଥିଲେ । ପରିଚାଳନା କମିଟିର କାହ୍ନୁ ଚରଣ ମିଶ୍ର, ଦେବାଶିଷ ନାୟକ, ରାଜେଶ ଦାସ, ଦଶରଥ ଘଡେଇ, ଅନିରୁଦ୍ଧ ମହାନ୍ତି, ନାଏବ ସରପଞ୍ଚ ନିଧିରାମଜେନା, ପଙ୍କଜ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ଚାମ୍ପିଅନ ଓ ରନର୍ସଅପ୍ ଟ୍ରଫି ପ୍ରଦାନ କରିଥିଲେ ।