ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ
ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ୍ କଟକଣା ଜାରି
ଭୁବନେଶ୍ୱର, ୧୬ା୧ : ଆଜି ଠାରୁ ଦୁଇଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ସିଙ୍ଗାପୁରର ରାଷ୍ଟ୍ରପତି । ୧୭ ଓ ୧୮ ତାରିଖ ସେ ଭୁବନେଶ୍ୱରର ବିଭିନ୍ନ କାର୍ଯ୍ୟରେ ଯୋଗଦେବେ । ଏହି ସମୟରେ ଭିଭିଆଇପିଙ୍କ ସୁରକ୍ଷା ଓ ଜନସାଧାରଣଙ୍କ ସୁଗମନାଗମନକୁ ଦୃଷ୍ଟିରେ ରଖି ଓଡ଼ିଶା ସହରାଞ୍ଚଳ ଆଇନ ୨୦୦୩ ର ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ର ଧାରା ୮) ଏବଂ ଭୁବନେଶ୍ୱର - କଟକ, ପୁଲିସ କମିଶନରେଟ୍ (ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡ଼ର) ୨୦୦୮ର ଧାରା ୩୬ ଅନୁସାରେ କଟକଣା ଗୁଡ଼ିକ ଲାଗୁ କରାଯାଇଛି । ଏହି ସମୟରେ କୌଣସି ଯାନବାହାନ ଏହି ରାସ୍ତାରେ ଯାତାୟତ କରିପାରିବେ ନାହିଁ କିମ୍ବା କୌଣସି ଗଳି ରାସ୍ତାରୁ ଏହି ରାସ୍ତାକୁ ଆସିପାରିବେ ନାହିଁ । କିନ୍ତୁ କଟକଣା ଗୁଡ଼ିକ ଜରୁରୀ କାଳୀନ ସେବାରେ ନିୟୋଜିତ ଯାନବାହାନ (ଫାୟାର ଓ ଆମ୍ବୁଲାନ୍ସ) ଚଳାଚଳ ନିମନ୍ତେ ଲାଗୁ ହେବ ନାହିଁ । ଉପରୋକ୍ତ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟାତ କରିବା ନିମନ୍ତେ କମିଶନରେଟ୍ ପୁଲିସ କଟକ - ଭୁବନେଶ୍ୱରର ଜନସାଧାରଣଙ୍କୁ ଅନୁରୋଧ କରିଛି ।
(ବନ୍ଦ କରାଯାଇଥିବା ସମୟ ଓ ରାସ୍ତା ଗୁଡ଼ିକ) :
(୧୭ ତାରିଖ ସକାଳ ୧୦.୫୦ ମିନିଟ୍ରୁ ସକାଳ ୧୧.୪୦ ମିନିଟ)୍ - ଏୟାରପୋର୍ଟ ଛକ - ହସ୍ପିଟାଲ ଛକ - ଏଜି ଛକ - ବାମ ମୋଡ - ରାଜଭବନ ଛକ - ବାମ ମୋଡ - ଗୋପବନ୍ଧୁ ଛକ - ବାମ ମୋଡ - ଓୟୁଏଟି ଛକ - ଡାହାଣ ମୋଡ - ସିଟି ୱୋମେନ୍ସ କଲେଜ ଛକ - ଡେଲ୍ଟା ଛକ - ଫାୟାର ଷ୍ଟେସନ ଛକ - ବାମ ମୋଡ - ବରମୁଣ୍ଡା ଫ୍ଲାଏ ଓଭର ବି୍ରଜ୍ - ଖଣ୍ଡଗିରି ଫ୍ଲାଏ ଓଭର ବ୍ରିଜ୍ - କସ୍ମୋପଲିସ ଛକ - ଡୁମୁଡୁମା ଅଣ୍ଡର ପାସ୍ - ଗେଲ୍ ଷ୍ଟେସନ ଅଣ୍ଡର ପାସ୍ ।
(ପୁଣି ଅପରାହ୍ନ ୨.୪୦ ମିନିଟରୁ ଅପରାହ୍ନ ୩.୨୦ ମିନିଟ୍ ପର୍ଯ୍ୟନ୍ତ) : ଗେଲ୍ ଷ୍ଟେସନ ଅଣ୍ଡର ପାସ୍ - ଡାହାଣ ମୋଡ - ଖଣ୍ଡଗିରି ଫ୍ଲାଏ ଓଭର ବ୍ରିଜ୍ - ବରମୁଣ୍ଡା ଫ୍ଲାଏ ଓଭର ବ୍ରିଜ୍ - ଫାୟାର ଷ୍ଟେସନ ଫ୍ଲାଏ ଓଭର ବ୍ରିଜ୍ - ସିଆରପି ଫ୍ଲାଏ ଓଭର ବ୍ରିଜ୍ - ବାଣୀବିହାର ଫ୍ଲାଏ ଓଭର ବ୍ରିଜ୍ - ଭିଏସ୍ଏସ୍ ନଗର - ବାମ ମୋଡ - ଭିଏସ୍ଏସ୍ ନଗର ଫ୍ଲାଏ ଓଭର ବ୍ରିଜ୍ - କ୍ୟାପିଟାଲ ଟୋୟୋଟା - ବାମ ମୋଡ - ୱାର୍ଲ୍ଡ ସ୍କିଲ୍ ସେଣ୍ଟର ।
(ସନ୍ଧ୍ୟା ୫.୨୦ ମିନିଟ୍ ରୁ ସନ୍ଧ୍ୟା ୬ ଘଟିକା ସମୟରେ) ; ୱାର୍ଲ୍ଡ ସ୍କିଲ୍ ସେଣ୍ଟର - କ୍ୟାପିଟାଲ ଟୋୟୋଟା - ଡାହାଣ ମୋଡ - ଭିଏସ୍ଏସ୍ ନଗର ଫ୍ଲାଏ ଓଭର ବ୍ରିଜ୍ - ଭିଏସ୍ଏସ୍ ନଗର - ବାମ ମୋଡ - ରସୁଲଗଡ଼ ଛକ - ୟୁ ଟର୍ନ - ବାଣୀବିହାର ଫ୍ଲାଏ ଓଭର ବ୍ରିଜ୍ - ସିଆରପି ଫ୍ଲାଏ ଓଭର ବ୍ରିଜ୍ - ଫାୟାର ଷ୍ଟେସନ ଫ୍ଲାଏ ଓଭର ବ୍ରିଜ୍ - ବରମୁଣ୍ଡା ଫ୍ଲାଏ ଓଭର ବ୍ରିଜ୍ - ଖଣ୍ଡଗିରି ଫ୍ଲାଏ ଓଭର ବ୍ରିଜ୍ - କସ୍ମୋପଲିସ ଛକ - ଡୁମୁଡୁମା ଅଣ୍ଡର ପାସ୍ - ଗେଲ ଷ୍ଟେସନ ଅଣ୍ଡର ପାସ୍ ।
(ସନ୍ଧ୍ୟା ୭.୧୫ ମିନିଟରୁ ସନ୍ଧ୍ୟା ୭.୩୫ ମିନିଟ ପର୍ଯ୍ୟନ୍ତ); ଗେଲ ଷ୍ଟେସନ୍ ଅଣ୍ଡର ପାସ୍ - ଡୁମୁଡୁମା ଅଣ୍ଡର ପାସ୍ - କୋଳଥିଆ ଛକ - ଖଣ୍ଡଗିରି ଛକ - ଡାହାଣ ମୋଡ - ଜାଗମରା ଛକ - ଗଣ୍ଡମୁଣ୍ଡା ଛକ - ଓଡ଼ିଶା ହସ୍ତଶିଳ୍ପି ସଂଗ୍ରହାଳୟ, କଳା ଭୂମି, ଓଡ଼ିଶା ।
(ରାତି ୮.୫୦ ମିନିଟରୁ ରାତି ୯.୨୦ ମିନିଟ୍) ; ଓଡ଼ିଶା ହସ୍ତଶିଳ୍ପି ସଂଗ୍ରହାଳୟ, କଳା ଭୂମି, ଓଡ଼ିଶା - ଗଣ୍ଡମୁଣ୍ଡା ଛକ - ଜାଗମରା ଛକ - ଖଣ୍ଡଗିରି ଛକ - ବାମ ମୋଡ - କସ୍ମୋପଲିସ ଛକ - ଡୁମୁଡୁମା ଅଣ୍ଡର ପାସ୍ - ଗେଲ ଷ୍ଟେସନ ଅଣ୍ଡର ପାସ୍ ।
(୧୮ ତାରିଖ : ସକାଳ ୭.୫୦ ମିନିଟ୍ରୁ ସକାଳ ୮.୫୦ ମିନିଟ୍) ; ଗେଲ ଷ୍ଟେସନ ଅଣ୍ଡର ପାସ୍ - ଡାହାଣ ମୋଡ - ଖଣ୍ଡଗିରି ଫ୍ଲାଏ ଓଭର ବ୍ରିଜ୍ - ବରମୁଣ୍ଡା ଫ୍ଲାଏ ଓଭର ବ୍ରିଜ୍ - ଫାୟାର ଷ୍ଟେସନ ଫ୍ଲାଏ ଓଭର ବ୍ରିଜ୍ - ସିଆରପି ଫ୍ଲାଏ ଓଭର ବ୍ରିଜ୍ - ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ୍ - ଆଚାର୍ଯ୍ୟ ବିହାର ଫ୍ଲାଏ ଓଭର ବ୍ରିଜ୍ - ବାଣୀବିହାର ଫ୍ଲାଏ ଓଭର ବ୍ରିଜ୍ - ରସୁଲଗଡ଼ ଫ୍ଲାଏ ଓଭର ବ୍ରିଜ୍ - ପଳାଶୁଣୀ ଛକ - ସପ୍ତଶତୀ ଅଣ୍ଡର ପାସ - ପାଣ୍ଡରା ଛକ - କେସୁରା ଛକ - ସାଇ ମନ୍ଦିର ଛକ - ଲିଙ୍ଗିପୁର ଛକ - ଧଉଳି ଛକ - ଉତ୍ତରା ଛକ ।
(ମଧ୍ୟାହ୍ନ ୧୨.୦୦ ଘଟିକାରୁ ଅପରାହ୍ନ ୧.୦୫ ମିନିଟ); ଉତ୍ତରା ଛକ - ଧଉଳି ଛକ - ଲିଙ୍ଗିପୁର ଛକ - ସାଇ ମନ୍ଦିର ଛକ - କେସୁରା ଛକ - ପାଣ୍ଡରା ଛକ - ସପ୍ତଶତୀ ଛକ - ବାମ ମୋଡ - ପଳାଶୁଣୀ ଛକ - ରସୁଲଗଡ଼ ଫ୍ଲାଏ ଓଭର ବ୍ରିଜ୍ - ବାଣୀବିହାର ଫ୍ଲାଏ ଓଭର ବ୍ରିଜ୍ - ଆଚାର୍ଯ୍ୟ ବିହାର ଫ୍ଲାଏ ଓଭର ବ୍ରିଜ୍ - ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ୍ - ସିଆରପି ଫ୍ଲାଏ ଓଭର ବ୍ରିଜ୍ - ଫାୟାର ଷ୍ଟେସନ ଫ୍ଲାଏ ସଭର ବ୍ରିଜ୍ - ବରମୁଣ୍ଡା ଫ୍ଲାଏ ଓଭର ବ୍ରିଜ୍ - ଖଣ୍ଡଗିରି ଫ୍ଲାଏ ଓଭର ବ୍ରିଜ୍ - କସ୍ମୋପଲିସ ଛକ - ଡୁମୁଡୁମା ଅଣ୍ଡର ପାସ୍ ।
(ଅପରାହ୍ନ ୨.୦୫ ମିନିଟରୁ ଅପରାହ୍ନ ୨.୪୦ ମିନିଟ୍); ଗେଲ ଷ୍ଟେସନ ଅଣ୍ଡର ପାସ - ଡାହାଣ ମୋଡ - ଖଣ୍ଡଗିରି ଫ୍ଲାଏ ଓଭର ବ୍ରିଜ୍ - ବରମୁଣ୍ଡା ଫ୍ଲାଏ ଓଭର ବ୍ରିଜ୍ - ପାତ୍ର ଇଲେକ୍ଟ୍ରୋନିକ୍ସ - ସର୍ଭିସ ରୋଡ - ଫାୟାର ଷ୍ଟେସନ ଛକ - ବାମ ମୋଡ - ରେଣ୍ଟାଲ ଛକ - ବାମ ମୋଡ - କଳିଙ୍ଗ ଷ୍ଟୁଡ଼ିଓ ଛକ - ଡାହାଣ ମୋଡ - ଓଡ଼ିଶା ଆଦର୍ଶ ବିଦ୍ୟାଳୟ - ଆଦର୍ଶ ଗ୍ରାମ ।
(ଅପରାହ୍ନ ୩.୫୦ ମିନଟରୁ ଅପରାହ୍ନ ୪.୨୦ ମିନିଟ); ଆଦର୍ଶ ଗ୍ରାମ - ଓଡ଼ିଶା ଆଦର୍ଶ ବିଦ୍ୟାଳୟ - କଳିଙ୍ଗ ଷ୍ଟୁଡ଼ିଓ ଛକ - ବାମ ମୋଡ - ରେଣ୍ଟାଲ ଛକ - ଡାହାଣ ମୋଡ - ଫାୟାର ଷ୍ଟେସନ ଛକ - ଡାହାଣ ମୋଡ - ଖଣ୍ଡଗିରି ଫ୍ଲାଏ ଓଭର ବ୍ରିଜ୍ - କସ୍ମୋପଲିସ ଛକ - ଡୁମୁଡୁମା ଅଣ୍ଡର ପାସ - ଗେଲ ଷ୍ଟେସନ ଅଣ୍ଡର ପାସ ।
(ସନ୍ଧ୍ୟା ୫.୨୫ ମିନିଟରୁ ସନ୍ଧ୍ୟା ୬ ଘଟିକା); ଗେଲ ଷ୍ଟେସନ ଅଣ୍ଡର ପାସ - ଡାହାଣ ମୋଡ - ଖଣ୍ଡଗିରି ଫ୍ଲାଏ ଓଭର ବ୍ରିଜ୍ - ବରମୁଣ୍ଡା ଫ୍ଲାଏ ଓଭର ବ୍ରିଜ୍ - ପାତ୍ର ଇଲେକ୍ଟ୍ରୋନିକ୍ସ ସର୍ଭିସ ରୋଡ - ଫାୟାର ଷ୍ଟେସନ ଛକ - ଡାହାଣ ମୋଡ - ରାଜଭବନ ଛକ - ଡାହାଣ ମୋଡ - ଗୋପବନ୍ଧୁ ଛକ - ଡାହାଣ ମୋଡ - ରାଜଭବନ ଛକ - ଡାହାଣ ମୋଡ - ଏଜି ଛକ - ଡାହାଣ ମୋଡ - ହସ୍ପିଟାଲ ଛକ - ଏୟାରପୋର୍ଟ ଛକ ।