ବଜରଙ୍ଗ ଦଳ ଯୁଗ୍ମ ସଂପାଦକଙ୍କ ପୂଜା ମଣ୍ଡପ ପରିଦର୍ଶନ

 କଟକ : ବଜରଙ୍ଗ ଦଳ ଯୁଗ୍ମ ସଂପାଦକ ଦିନକୃଷ୍ଣ ମହାନ୍ତିଙ୍କ ସହିତ ବହୁ କର୍ମୀ କଟକ ବିଭିନ୍ନ ଅଂଚଳ ଭ୍ରମଣ କରି ଏକାଧିକ ଶ୍ରୀ ଗଣେଶ ପୂଜା ମଣ୍ଡପ ପରିଦର୍ଶନ କରିଥିଲେ । ଆଗାମୀ ଭସାଣି ଉତ୍ସବକୁ କିଭଳି ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯିବ ସେ ନେଇ ମଣ୍ଡପର କର୍ମକର୍ତ୍ତାମାନଙ୍କୁ ନିବେଦନ କରିଥିଲେ । ମୁଖ୍ୟତଃ ଅଦାଲତଙ୍କ ନିଦେ୍ର୍ଦଶ ମୁତାବକ ଜାରି କରାଯାଇଥିବା କଟକଣାକୁ ପାଳନ କରିବା ପାଇଁ ଶ୍ରୀ ମହାନ୍ତି ପୂଜା କମିଟି କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ପୁନମ ମହାନ୍ତି, ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ମାତୃଶକ୍ତି ମହିଳା ସଦସ୍ୟାମାନେ ଏଥିରେ ଯୋଗ ଦେଇଥିଲେ ।