ସିବିଏସସି ପରୀକ୍ଷାରେ ଗ୍ଲୋବାଲ ସ୍କୁଲର ସଫଳତା
ପଟ୍ଟାମୁଣ୍ଡାଇ: ଚଳିତ ସିବିଏସସି ଦଶମ ଶ୍ରେଣୀ ପରୀକ୍ଷାରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଅଗ୍ରଣୀ ଇଂଲିଶ ମିଡିୟମ ସ୍କୁଲ ଗ୍ଲୋବାଲ ବ୍ରିଲିଆଣ୍ଟ ସ୍କୁଲର ଛାତ୍ରଛାତ୍ରୀମାନେ ବିଶେଷ ସଫଳତା ହାସଲ କରିଛନ୍ତି । ଏହି ସ୍କୁଲର ୬ଜଣ ଛାତ୍ରଛାତ୍ରୀ ଅନନ୍ୟ ସଫଳତା ହାସଲ କରି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମାଟିକୁ ଗୌରବାନ୍ୱିତ କରିଛନ୍ତି । ସେମାନଙ୍କ ମଧ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକ ତରଡ଼ିପାଳ ଗ୍ରାମର ଗୋରଖ ପ୍ରସାଦ ଶର୍ମା ୯୩% ମାର୍କ ରଖି ବିଶେଷ ସଫଳତା ସାଉଁଟିଛନ୍ତି । ସେହିପରି ପଟ୍ଟାମୁଣ୍ଡାଇ ବ୍ଲକ ଶ୍ରୀରାମପୁର ଗ୍ରାମର ଯୁବ ସମାଜସେବୀ ଉତ୍ତମ ଖୁଣ୍ଟିଆ ଓ ଲଷ୍ମୀପ୍ରିୟା ଖୁଣ୍ଟିଆଙ୍କ ପୁତ୍ର ଆୟୁଷ ଖୁଣ୍ଟିଆ ୮୪% ତିଥିତନ୍ମୟା ନାୟକ ୮୯%, ଧର୍ମଜିତ ଲେଙ୍କା ୮୮%, ଆୟୁଷ ଧଳ ୮୬% , ରାଜଦୀପ ଗୁପ୍ତା ୮୩ % ମାର୍କ ରଖି ବିଶେଷ ସଫଳତା ହାସଲ କରିଛନ୍ତି । ଏଥିପାଇଁ ଗ୍ଲୋବାଲ ବ୍ରିଲିଆଣ୍ଟ ସ୍କୁଲର ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦୁ୍ୟମ୍ନ ସାମନ୍ତରାୟ ଓ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ଗ୍ଲୋବାଲ ବ୍ରିଲିଆଣ୍ଟ ସ୍କୁଲ ଅଧକ୍ଷ ଡ଼ ଅଭୟ କୁମାର ସାହୁ ଓ ଉପାଧକ୍ଷ ମନୋଜିତ ନାୟକ ପ୍ରମୁଖ ଶୁଭେଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।