ମେଡିକାଲରେ ଡାକ୍ତରଙ୍କୁ ମାଡ଼ ଘଟଣା... ପୁଲିସକୁ ଡାକିଲେ, ଦେଲେନି ଅଭିଯୋଗ
ବିଞ୍ଝାରପୁର: ଦୁଇଦିନ ତଳେ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କିଛି ଯୁବକ କାର୍ଯ୍ୟରତ ଡ. ହୃଦାନନ୍ଦ ଦାସଙ୍କୁ ମାଡ଼ ମାରିଥିଲେ । ସିସିଟିଭି ଯାଞ୍ଚ ହେବ, ଦୋଷୀଙ୍କ ଉପରେ କଡ଼ÿା କାର୍ଯ୍ୟନୁଷ୍ଠାନ ହେବ, କାହାରିକୁ ଛଡାଯିବ ନାହିଁ କହି ଅଧିକାରୀ ବଡ଼ ପାଟିରେ କହିଥିଲେ । ବିଞ୍ଝାରପୁର ସ୍ୱାସ୍ଥ୍ୟ ଅଧିକାରୀ ଘଟଣାର କିଛି ଘଣ୍ଟା ବିତିନାହିଁ କଥାର ମୋଡ଼ ବଦଳାଇ ଦେଲେ । ମାଡ଼ ଖାଇଥିବା ଡା. ହୃଦାନନ୍ଦ ଦାସ୍ ଘଟଣାର ସମସ୍ତ ବିଷୟ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣାଇବା ପରେ ଅଧିକାରୀ ନିକଟସ୍ଥ ବିଞ୍ଝାରପୁର ଥାନାକୁ ଖବର ଦେଇଥିଲେ ।ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କଲା ହେଲେ ଆକ୍ରମଣକାରୀ ଯୁବକ ଫେରାର ହୋଇଯାଇଥିଲେ । ହେଲେ ସିସିଟିଭି ଯାଞ୍ଚ କଲାନାହିଁ । ଘଟଣାର ଦୁଇଦିନ ପରେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପଚାରିବାରୁ କଥାର ମୋଡ଼ ବଦଳାଇ ଡାକ୍ତରଙ୍କ ଆଡ଼କୁ ଦୋଷ ଠେଲି ଦେଇଛନ୍ତି । ନିଜ ମତରେ କହିଛନ୍ତି ମୁଁ ପୁଲିସ ଡାକିଲି ହେଲେ ସେ ମାଡ଼ ଖାଇଲେ ଏଫ୍ଆଇଆର ଦେଲେ ନାହିଁ । କିନ୍ତୁ ଡାକ୍ତର ହୃଦାନନ୍ଦ ଦାସ୍ କହିଛନ୍ତି ସେ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଘଟଣା ସଂପର୍କରେ ଜଣାଇଛନ୍ତି । ପୁଣି ବୁଲି ପଡି କହିଛନ୍ତି ଆକ୍ରମଣକାରୀଙ୍କ କେହି ସମ୍ପର୍କୀୟ ଆସି ଏହାକୁ ସମାଧାନ କରିନେବେ ବୋଲି କହିଛନ୍ତି । ତେବେ ସରକାରୀ ମେଡିକାଲ ପରିସରରେ ବଡ଼ ବଡ଼ ବୋର୍ଡରେ ଲେଖାଥିବା "ମେଡ଼ିକାଲ ପରିସରରେ କୌଣସି ଡାକ୍ତର ଅବା ସ୍ୱାସ୍ଥ୍ୟକର୍ମୀଙ୍କୁ ଖରାପ ବ୍ୟବହାର କଲେ ଅବା ମାଡ଼ ମାରିଲେ ଅର୍ଥ ଦଣ୍ଡ ନଚେତ୍ ତିନି ବର୍ଷ ଜେଲ ଦଣ୍ଡ' ଉକ୍ତ ଉକ୍ତିଟି କାହାପାଇଁ? ତେବେ ଉଭୟ ମାଡ଼ ଖାଇଥିବା ଡାକ୍ତର ନିଜେ ଘଟଣାଙ୍କୁ ଚାପି ଦେବା ପଛରେ ଅନ୍ୟ କିଛି ଦୋଷ ଆଉ ଦୁର୍ବଳତା ଥିବା ବାରି ହେଉଛି । ଏପଟେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଏଭଳି ଘଟଣାରେ ନିଜ କେନ୍ଦ୍ରରେ ଡାକ୍ତରଙ୍କୁ ସୁରକ୍ଷା ନଦେଇ ଓଲଟି ଦୋଷୀଙ୍କୁ ଘୋଉଡାଇବା ପଛରେ ନିଜର କୌଣସି ଦୁର୍ବଳତା ରହିନାହିଁ ତ? ନା ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ଘଟଣାକୁ ଚାପି ଦେବାକୁ ଉଚିତ ମଣିଲେ । ଯଦି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ ରୋଗୀ ସେବା ସମୟରେ ମାଡ଼ ମରାଯାଉଥିବା ଘଟଣାକୁ କୌଣସି ପ୍ରଭାବଶାଳୀ ବ୍ୟକ୍ତି ଅବା ନିଜର ଦୁର୍ବଳତା ପଦାକୁ ନଆସିବା ପାଇଁ ଚାପି ଦିଆଯାଏ ତେବେ ପରବର୍ତ୍ତୀ ସମୟରେ କୌଣସି କଥାରେ ବି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼ ମାରିବେ ଏଥିରେ ସନେ୍ଦହ ନାହିଁ । ତେବେ କେତେ ସମାଧାନ କରିବେ ଡାକ୍ତର? ଗୋଟିଏ ଘଟଣାକୁ ଛାଡିଦେଲେ ଏହା ପରେ ଶହଶହ ଏଭଳି ଘଟଣା ଘଟିବାକୁ ଏଡ଼ାଇ ଦିଆଯାଇନପାରେ । ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଓ ଆକ୍ରମଣର ଶିକାର ହେଉଥିବା ଡାକ୍ତର ଥାନାରେ ଅଭିଯୋଗ କରି ଦୋଷୀଙ୍କୁ ଗିରଫ କରିବା ପାଇଁ ବ୍ୟବସ୍ଥା କରନ୍ତୁ ବୋଲି କିଛି ବୁଦ୍ଧିଜୀବୀ ମତ ରଖିଛନ୍ତି ।