ସିଭିଲ ସୋସାଇଟି ସହ ରାଜ୍ୟପାଳଙ୍କ ଆଲୋଚନା
ପୁରୀ : ପୁରୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା କରିଛନ୍ତି ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି । ଏହି ଅବସରରେ ରାଜ୍ୟପାଳ ସିଭିଲ ସୋସାଇଟିର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ସାମାଜିକ ଅନୁଷ୍ଠାନ ଦି ବେଲ୍ର ଅଧ୍ୟକ୍ଷ ତଥା ପୁରୀ ଜିଲ୍ଲା ଦିବ୍ୟାଙ୍ଗ ସଂଘର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ, ପିଙ୍ଗଳାକ୍ଷୀ ପବ୍ଲିକ ୱେଲଫେୟାର ଅର୍ଗାନାଇଜେନସର ସମ୍ପାଦକ ଗଗନ ବିହାରୀ ଦାସ ଓ ପିପୁଲସ୍ ଫୋରମର ପ୍ରୋଗ୍ରାମ ଡ଼ାଇରେକ୍ଟର ଅଶୋକ କୁମାର ପାତ୍ର ପ୍ରମୁଖ ଯୋଗଦେଇ ରାଜ୍ୟପାଳଙ୍କୁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ଗଙ୍ଗୁଆ ନଦୀର ପ୍ରଦୂଷିତ ଜଳ ଦୟାନଦୀରେ ଯେପରି ନମିସେ ଏବଂ କଣାସବାସୀ ସ୍ୱଚ୍ଛ ଜଳ କିପରି ପାଇବେ ସେଥିପାଇଁ ବ୍ୟବସ୍ଥା କରିବା, ସ୍ୱାସ୍ଥ୍ୟ ସୁବିଧା ପାଇଁ ତୁରନ୍ତ ବାହାରକୁ ରୋଗୀ ନେବା ପାଇଁ ଜୀବନ ରକ୍ଷା କାରୀ ଆମ୍ବୁଲାନ୍ସର ବ୍ୟବସ୍ଥା ଏବଂ ବର୍ଣ୍ଣ ୟୁନିଟ୍ ବ୍ୟବସ୍ଥା, ପୁରୀର ପ୍ରଶାସିନକ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ପୁରୀ ଜିଲ୍ଳାକୁ ଦୁଇରୁ ତିନୋଟି ସବ୍ଡ଼ିଭିଜନ୍ରେ ବିଭକ୍ତ କରିବା, ସ୍ୱର୍ଗଦ୍ୱାର ସମ୍ପ୍ରସାରଣ ଓ କର୍ପସ ଫଣ୍ଡ ବ୍ୟବସ୍ଥା ମସô୍ୟଜୀବୀଙ୍କ ଜୀବନ ଜୀବିକା ପାଇଁ ଆଧୁନିକ ପ୍ରଶିକ୍ଷଣ ଓ ଯନ୍ତ୍ରପାତି ତଥା ଜେଟି ଓ ଏଫ୍ଏଲସି ବ୍ୟବସ୍ଥା, ପୁରୀର ବାକି ରହିଥିବା ଅତିହ୍ୟ ସ୍ଥଳର ସୁରକ୍ଷା ସହିତ ଏହାର ଚିହ୍ନଟ, ପିଲିଗ୍ରୀମ୍ ଟୁରିଯିମ୍କୁ ବଢାଇବା, ବିଶାଳ ମୁକ୍ତ ସମୁଦ୍ର ତଟର ସୁରକ୍ଷା ପାଇଁ ବ୍ୟବସ୍ଥା, ପୁରୀ ଜିଲ୍ଳାର ସମସ୍ତ ଜଳମାର୍ଗରେ ପର୍ଯ୍ୟଟନ କ୍ରୀଡ଼ା ବା ସ୍ପୋର୍ଟ୍ସ ଟୁରିଜିମ୍ ପାଇଁ ସରକାରୀ ପ୍ରୋସôାହନ, ଟ୍ରାନଓ ଜେଣ୍ଡରମାନଙ୍କ ଥଇଥାନ ବ୍ୟବସ୍ଥା, ଜରାନିବାସ ବ୍ୟବସ୍ଥା ଇତ୍ୟାଦି ପାଇଁ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରୀ ଲୋକସଭା ସାଂସଦ ଡ଼ା. ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି, ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ଅନିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।