୨ରୁ ବିପ୍ଳବୀ ଆନନ୍ଦଚନ୍ଦ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ

ରାଜକନିକା: ରାଜକନିକା ବ୍ଲକ ଡାଳିକାଏନ୍ଦା ଗ୍ରାମର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିପ୍ଲବୀ ଆନନ୍ଦଚନ୍ଦ୍ର ଯୁବକ ସଂଘ ଆନୁକୂଲ୍ୟରେ ଜାନୁଆରୀ ୨ ତାରିଖ ଠାରୁ ବିପ୍ଲବୀ ଆନନ୍ଦ ଚନ୍ଦ୍ର ମେମୋରିଆଲ ୪୯ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି । ଗୁରୁ ବ୍ରଦର୍ସ ପ୍ରାୟୋଜିତରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ରାଜକନିକା, ଆଳି, ଚାନ୍ଦବାଲି ଓ କେନ୍ଦ୍ରାପଡ଼ା ଅଞ୍ଚଳର ୮ଟି ପ୍ରତିଷ୍ଠିତ ଦଳ ଭାଗ ନେଉଛନ୍ତି । ଜାନୁୟାରୀ ୨ରୁ ୯ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ୮ତାରିଖ ଦିନଟି ବିଶ୍ରାମ ଦିବସ ରୂପେ ରଖାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ବହୁରୂପା କ୍ରିକେଟ କ୍ଲବ, ପାରିନୁଆପଡା, ନୃସିଂହ ନାଥ କ୍ରିକେଟ କ୍ଲବ ଭାମଣ୍ଡା, ଇନ୍ଦୁପୁର କ୍ରିକେଟ କ୍ଲବ କେନ୍ଦ୍ରାପଡ଼ା ଆଳି ଟାଉନ କ୍ରିକେଟ କ୍ଲବ ଆଳି, ମା ' ଖରାଖାଇ କ୍ରିକେଟ କ୍ଲବ ଆଳି, କନିକା କ୍ରିକେଟ କ୍ଲବ ରାଜକନିକା, ବିଏସିସି କ୍ରିକେଟ କ୍ଲବ ଡାଳିକାଏନ୍ଦା ଓ ସିଟି ସ୍ଫୋଟିଂ କ୍ରିକେଟ କ୍ଲବ ଚାନ୍ଦବାଲି ଆଦି ଦଳ ଅଂଶଗ୍ରହଣ କରିବେ । ଉଦ୍ଘାଟନୀ ଖେଳଟି ନୃସିଂହ ନାଥ କ୍ରିକେଟ କ୍ଲବ ଭାମଣ୍ଡା ଓ ଇନ୍ଦୁପୁର କ୍ରିକେଟ କ୍ଲବ କେନ୍ଦ୍ରାପଡ଼ା ମଧ୍ୟରେ ହେବାକୁ ଯାଉଛି । ଏହି ଖେଳକୁ ବହୁ ସଂଖ୍ୟାରେ କ୍ରୀଡା ପ୍ରେମୀ ଉପସ୍ଥିତ ରହି ଖେଳକୁ ଉପଭୋଗ କରିବା ସହିତ ଖେଳାଳିମାନଙ୍କୁ ଉତ୍ସାହିତ କରିବାକୁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି ।