କୃଷିଯନ୍ତ୍ରପାତି ମେଳା ଉଦ୍ଘାଟିତ

 ବାଙ୍କୀ :  ବାଙ୍କୀ କଚେରୀ ପଡିଆ ଠାରେ ଉପଖଣ୍ଡସ୍ତରୀୟ କୃଷିଯନ୍ତ୍ରପାତି ମେଳା ଉଦ୍ଘାଟିତ ହୋଇଯାଇଛି । କଟକ ଜିଲ୍ଲା କୃଷି ଅଧିକାରୀ ଅଶୋକ କୁମାର କରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ମେଳାକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢ଼ୀ, ଜିଲ୍ଲା ପରିଷଦ ସଭ୍ୟା ମିନତୀ ମହାପାତ୍ର, ବରିଷ୍ଠ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର କଟକ ଡକ୍ଟର ସୁଜାତା ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ୩ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ଟ୍ରାକ୍ଟର, ପାୱାରଟିଲର, ଧାନଅମଳ, ଧାନରୁଆ, ମଞ୍ଜି ସଫା ଓ ରୋଟାଭେଟର, ଘାସଛେଦନ, କୋଡାଖୋସା, ଘାସକଟା, ଗାତଖୋଳା , ଧାନକଳ, ମକାଛଡା, ଡାଲିକଳ, ତେଲ କଳ, ମୁଢ଼ିମିଲ୍, ବିହନ ବୁଣା, ସାରବୁଣା ଓ ଔଷଧ ଛିଞ୍ଚନ ଭଳି ବିଭିନ୍ନ କୃଷି ଯନ୍ତ୍ରପାତି ରିହାତି ଦରରେ ବିକ୍ରି ପାଇଁ ପ୍ରଦର୍ଶନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବାଙ୍କୀ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ମୁଖ୍ୟ ଶାଖା ପରିଚାଳକ ପ୍ରମୋଦ କୁମାର ରଥ, ଆଠଗଡ଼ ବ୍ଳକ ପୂର୍ବତନ ଅଧ୍ୟକ୍ଷ ସୁଧାକର ସାହୁ, ବାଙ୍କୀ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ କାଳୀଚରଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ବାଙ୍କୀ କୃଷି ଜିଲ୍ଲା ଅଧିକାରୀ ବିଶ୍ୱନାଥ ଦାସ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସଂପର୍କରେ ଅଭିଭାଷଣ ରଖିଥିଲେ । କୃଷି ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ଜେନା ଯୋଗଦେଇ ବିଭିନ୍ନ କୃଷିଯନ୍ତ୍ରପାତିର ବ୍ୟବହାର ଓ ଜ୍ଞାନକୋ÷ଶଳ ଉପଯୋଗିତା ଉପରେ ଚାଷୀମାନଙ୍କୁ ଅବଗତ କରାଇଥିଲେ । ବାଙ୍କୀ କୃଷି ଜିଲ୍ଲା ଅଧିକାରୀ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଙ୍କୀ ଉପଖଣ୍ଡ ଅଧିନ ଦୁଇଟି ବ୍ଲକର ଚାଷୀମାନେ ଯୋଗ ଦେଇଥିବା ବେଳେ ବାଙ୍କୀ କୃଷି ବିଭାଗର ସମସ୍ତ କର୍ମ·ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।