ସୀମାନ୍ତ ମହାବିଦ୍ୟାଳୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

 ସାରସକଣା: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ଜାତୀୟ ସେବାଯୋଜନା ଶାଖା ଆନୁକୂଲ୍ୟରେ ନବାଗତ ସ୍ୱେଚ୍ଛାସେବୀଙ୍କ ଉଦେ୍ଦଶ୍ୟରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ଅଧ୍ୟକ୍ଷ ପ୍ରଦ୍ୟୋତ କୁମାର ଅଧ୍ୟକ୍ଷତା କରିଥିବା ବେଳେ ଜାତୀୟ ସେବାଯୋଜନାର ଦୀର୍ଘ ବର୍ଷ କାର୍ଯ୍ୟ କରିଥିବା ଅବସର ପ୍ରାପ୍ତ ପ୍ରାଧ୍ୟାପକ ସରୋଜ କୁମାର ମିଶ୍ର ବିଶାରଦ ଭବେ ଯୋଗ ଦେଇ ସୀମାନ୍ତ ମହାବିଦ୍ୟାଳୟରେ ଜାତୀୟ ସେବାଯୋଜନା ସହିତ ଥିବା ଦୀର୍ଘ ଦିନର ଅନୁଭୂତି ସହିତ ଜାତୀୟ ସେବାଯୋଜନାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସୀମାନ୍ତ ମହାବିଦ୍ୟାଳୟ ଆନୁକୁଲ୍ୟରେ ଆୟୋଜିତ ରକ୍ତଦାନ ଶିବିରରେ ତାଙ୍କ ସମୟରେ ୬୫୧ ୟୁନିଟ ରକ୍ତ ସଂଗୃହୀତ ହୋଇ ସେ ସମୟରେ ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ । ଯେଉଁ ରେକର୍ଡ ଆଜିଯାଏ ମହାବିଦ୍ୟାଳୟ ସ୍ତରରେ ଅତୁଟ ରହିଛି । ଅନ୍ୟମାନଙ୍କ ମଧ୍ୟରେ ଉଦ୍ଭିଦ ବିଜ୍ଞାନ ମୁଖ୍ୟ ଅଶୋକ କୁମାର ଶର୍ମା ଓ ଜାତୀୟ ସେବା ଯୋଜନା ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ପ୍ରଦୁ୍ୟମ୍ନ କୁମାର ବସା ଯୋଗ ଦେଇ ନବାଗତ ଛାତ୍ର ଛାତ୍ରୀଙ୍କୁ ନିଜ ଅନୁଭବରେ ସେବା ଓ ଜାତୀୟ ସେବା ଯୋଜନା ଉପରେ ନବାଗତଙ୍କୁ ଉଦବୋଧନ ଦେଇ ଉସôାହିତ କରିବା ସହ ଏଥିରେ ଯୋଗ ଦେବାପାଇଁ ପରାମର୍ଶ ଦେଇଥିଲେ ।