କ୍ୟାମ୍ପ କୋର୍ଟରେ ୬ ମକଦ୍ଦମାର ୧୮ ସାକ୍ଷ୍ୟ ଗ୍ରହଣ
ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ କାର୍ଯ୍ୟାଳୟର ବୈଠକ ଗୃହରେ କୋରୁକୋଣ୍ଡା ଗ୍ରାମ୍ୟ ନ୍ୟାୟାଳୟ ମାଲକାନଗିରି ତରଫରୁ ଆଜି କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଥିଲା । ଏହି କ୍ୟାମ୍ପ କୋର୍ଟରେ ବିଭିନ୍ନ ମକଦ୍ଦମାରେ ଚାଲିଥିବା ୬ ଗୋଟି ମାମଲାର ୧୮ଜଣ ସାକ୍ଷ୍ୟ ନ୍ୟାୟାଧିସ ପରିଣିତା ନାୟକଙ୍କ ସମ୍ମୁଖରେ ନିଜ ନିଜର ସାକ୍ଷ୍ୟ ପ୍ରଦାନ କରିଥିଲେ । କ୍ୟାମ୍ପ କୋର୍ଟରେ ସରକାରୀ ଓକିଲ ଭାବେ ହୃଷୀକେଶ ପଣ୍ଡା, ଦୂର୍ଗା ପ୍ରସାଦ ପଣ୍ଡା ପରିଚାଳନା କରୁଥିବା ବେଳେ ପ୍ରତିପକ୍ଷ ଓକିଲ ଭାବେ ସଂଜୀବ ମାଝୀ ଉପସ୍ଥିତ ଥିଲେ ।