ସୁନା ଚୋରା ଚାଲାଣ  : ରଣ୍ୟା ରାଓଙ୍କୁ ୧୦୨ କୋଟି ଜରିମାନା

 ବେଙ୍ଗାଲୁରୁ : ହାଇ-ପ୍ରୋଫାଇଲ୍ ସୁନା ଚୋରା ଚାଲାଣ ମାମଲାରେ ରାଜସ୍ୱ ଗୁଇନ୍ଦା ନିଦେ୍ର୍ଦଶାଳୟ (ଡିଆରଆଇ) କନ୍ନଡ ଅଭିନେତ୍ରୀ ରଣ୍ୟା ରାଓଙ୍କୁ ୧୦୨.୫୫ କୋଟି ଟଙ୍କା ଜରିମାନା କରିଛି । ଏହି ସଂସ୍ଥା ଅଭିନେତ୍ରୀ ରଣ୍ୟା ରାଓ ଓ ଏହି ମାମଲାରେ ଅନ୍ୟ ତିନି ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ମାର୍ଚ୍ଚ ୩ ରେ ଏଜେନ୍ସି ୧୨୭.୩ କିଲୋଗ୍ରାମ ଚୋରା ସୁନା ଜବତ କରି ରଣ୍ୟାଙ୍କୁ ଗିରଫ କରିଥିଲା । ରଣ୍ୟା ଓ ଅନ୍ୟମାନଙ୍କ ପାଇଁ ଜେଲ ଭିତରେ ନୋଟିସ୍ ପ୍ରଦାନ କରାଯାଇଛି, ଅଧିକାରୀମାନେ ଚେତାବନୀ ଦେଇଥିଲେ ଯେ ଯଦି ବକେୟା ଦେୟ ପରିଶୋଧ ନ ହୁଏ ତେବେ ଅଭିଯୁକ୍ତଙ୍କ ସମ୍ପତ୍ତି ବାଜ୍ୟାପ୍ତିÿ୍ କରାଯାଇପାରିବ । ଏହି ମାମଲାରେ ଅନେକ ଅଭିଯୁକ୍ତ ଜଡିତ । ତରୁଣ କୋଣ୍ଡୁରୁ ଦ୍ଭ ୭ ପୃଷ୍ଠାରେ...