ବେଦାନ୍ତ ପକ୍ଷରୁ ବିଶ୍ୱ କଳା ଦିବସ : ‘ଆଦିବାସୀ ଐତିହ୍ୟ ସଂରକ୍ଷଣ ପ୍ରାଥମିକତା’

 ଭବାନୀପାଟଣା : ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଭବାନୀପାଟଣାରେ ପାଳନ କରିଛି ବିଶ୍ୱ କଳା ଦିବସ । ଥୁଆମୂଳ ରାମପୁରସ୍ଥିତ ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାର ସମୃଦ୍ଧ କଳାତ୍ମକ ଐତିହ୍ୟକୁ ପାଳନ କରିଛି । ସ୍କୁଲ୍ ପିଲାଙ୍କ ମଧ୍ୟରେ ସୃଜନଶୀଳତା ଏବଂ ପାରମ୍ପରିକ କଳାକୁ ପ୍ରୋସôାହିତ କରିବା ଉଦେ୍ଦଶ୍ୟରେ ବେଦାନ୍ତର ସିଜିମାଳି ବକ୍ସାଇଟ୍ ଟିମ୍ଦ୍ୱାରା ଏହି ପଦକ୍ଷେପ ଗ୍ରହଣ କରାଯାଇଛି । କାଳାହାଣ୍ଡି କଳା ଓ ଗବେଷଣା ମହାବିଦ୍ୟାଳୟର ଅଧ୍ୟାପକମାନଙ୍କ ଦ୍ୱାରା ପରିଚାଳିତ ଓଡ଼ିଶାର ସର୍ବପୁରାତନ ଆଦିବାସୀ କଳା ସଉରା କଳା ଉପରେ ଏକ କର୍ମଶାଳା ଆୟୋଜିତ ହୋଇଥିବା ବେଳେ ସଉରା କଳାର ଉତ୍ପତ୍ତି, ପ୍ରତୀକବାଦ ଏବଂ କୌଶଳ ବିଷୟରେ ୧୨୦ରୁ ଅଧିକ ଛାତ୍ର ଅଂଶଗ୍ରହଣକାର କରିଥିଲେ । ଛାତ୍ରଛାତ୍ରୀମାନେ ସେମାନଙ୍କ କଳା ମାଧ୍ୟମରେ ଲୋକକଥା ଏବଂ ଦୈନନ୍ଦିନ ଜୀବନର ଜୀବନ୍ତ ଚିତ୍ରଣକୁ ଦର୍ଶାଇଥିଲେ ।
ବେଦାନ୍ତର ବକ୍ସାଇଟ୍ ମାଇନ୍ସ ସିଇଓ ନିତିନ ତିୱାରୀ କହିଛନ୍ତି ଯେ ଆମର ଗୋଷ୍ଠୀ ବିକାଶ ପ୍ରୟାସ ଆମେ କାର୍ଯ୍ୟ କରୁଥିବା ଅଞ୍ଚଳର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏବଂ ପ୍ରୋସôାହନରେ ଗଭୀର ଭାବରେ ରହିଛି । ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଯୁବପିଢ଼ିକୁ ସେମାନଙ୍କ ସୃଜନଶୀଳ ସାମର୍ଥ୍ୟ ଅନ୍ୱେଷଣ କରିବା ସହିତ ସେମାନଙ୍କ ମୂଳ ସହିତ ପରିଚିତି ପାଇଁ ପ୍ରେରଣା ଦେବାକୁ ଲକ୍ଷ୍ୟ ରଖିଛୁ । ବେଦାନ୍ତର ଉଦ୍ୟମକୁ ପ୍ରଶଂସା କରି ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟ ପ୍ରକାଶ ସତ୍ୟ କହିଥିଲେ ଯେ ଏପରି ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଆମେ ବେଦାନ୍ତ ଆଲୁମିନିୟମ ପ୍ରତି କୃତଜ୍ଞ । ସଉରା କଳା କର୍ମଶାଳା କେବଳ ସେମାନଙ୍କର କଳାତ୍ମକ ଦକ୍ଷତାକୁ ସମୃଦ୍ଧ କରିନଥିଲା ବରଂ ଓଡ଼ିଶାର ଆଦିବାସୀ ଐତିହ୍ୟ ପ୍ରତି ସେମାନଙ୍କର ପ୍ରଶଂସା ମଧ୍ୟ ମଜଭୁତ କରିଥିଲା । ବେଦାନ୍ତ ଆଲୁମିନିୟମର ଏହି ପ୍ରୟାସ କାର୍ଯ୍ୟକ୍ଷମ କ୍ଷେତ୍ରରେ ଏବଂ ବାହାରେ ପରିବର୍ତ୍ତନ ଆଣିବା, ଓଡ଼ିଶାର ସାମଗ୍ରିକ ଅଭିବୃଦ୍ଧି ଏବଂ ପ୍ରଗତି ଦିଗରେ ଗୋଷ୍ଠୀ ଯୋଗଦାନର ଭାବନାକୁ ପ୍ରୋସôାହିତ କରୁଛି । ଯନô ଏବଂ ଭାଗିଦାରୀର ନୈତିକତା ଉପରେ ଆଧାରିତ ବେଦାନ୍ତର ସାମାଜିକ ପ୍ରଭାବ ପଦକ୍ଷେପଗୁଡ଼ିକ କଳାହାଣ୍ଡି ଜିଲ୍ଲାର ୬୭ଟି ଗାଁର ଦେଢ଼ ଲକ୍ଷ ଲୋକଙ୍କ ଏବଂ ଓଡ଼ିଶାର ୫ ଲକ୍ଷ ଲୋକଙ୍କ ଜୀବନରେ ଉନ୍ନତି ଆଣିପାରିଛି ।