ସୁଭଦ୍ରା ସଚେତନତା କାର୍ଯ୍ୟକ୍ରମ

 ନରସିଂହପୁର : ନରସିଂହପୁର ବ୍ଲକ ସମ୍ୱନ୍ୱିତ ଶିଶୁ ବିକାଶ କେନ୍ଦ୍ର କାର୍ଯ୍ୟାଳୟ ନିକଟରେ ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପଥପ୍ରାନ୍ତ ସୁଭଦ୍ରା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଡିପିଓ କୌଶଲ୍ୟା ସେନ୍ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କିଶୋରୀ ବାଳିକା, ସୁଭଦ୍ରା ହିତାଧିକାରୀମାନଙ୍କୁ ନେଇ ସୁଭଦ୍ରାର କାର୍ଯ୍ୟକାରିତା, ବାଲ୍ୟ ବିବାହର ସମାପ୍ତି ଓ ବାଳିକା ଶିକ୍ଷା ପ୍ରୋତ୍ସାହନ, ମହିଳା ସଶକ୍ତିକରଣ ଓ ଉଦ୍ୟୋଗୀକ ବିକାଶ, ସ୍ୱାସ୍ଥ୍ୟ, ପୋଷଣ ଓ ସୁସ୍ଥତା, ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ହିଂସାର ପ୍ରତିରୋଧ ଆଦି ବିଭିନ୍ନ ସମ୍ପର୍କରେ ନୃତ୍ୟ ସଙ୍ଗୀତ ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ । ଅସିତବାଳା ସାହୁ, ଅନ୍ନପୂର୍ଣ୍ଣା ପଣ୍ଡା, ବାସନ୍ତୀ ଦାସ, ସସ୍ମିତା ଦାଶ, ସୁଜାତା ସାହୁ, ରୋଜାଲିନ ସାହୁ, ବନଜୋଷ୍ଣା ମହାପାତ୍ର, ସ୍ୱର୍ଣ୍ଣମୁଦ୍ରା ମହାରଣା,ବିନ୍ଦୁ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ବସନ୍ତପୁର ଓ ଚମ୍ପେଶ୍ୱରରେ ମଧ୍ୟ ସୁଭଦ୍ରା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।