ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଦେଲେ ୧୮୫ ଛାତ୍ରଛାତ୍ରୀ 

 ବୁଗୁଡ଼ା:  ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ କେନ୍ଦ୍ରରେ ଶନିବାର ଦିନ ଜବାହର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି  । ଉକ୍ତ କେନ୍ଦ୍ରରେ ବୁଗୁଡ଼ା ବ୍ଲକ ଓ ଏନ୍ଏସି ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଫର୍ମ ପୂରଣ କରିଥିବା ୨୦୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୮୫ ଜଣ ପରୀକ୍ଷା ଦେଇଥିବା ବେଳେ ୧୬ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ  । ପିପୁଲ୍ସ ହାଇସ୍କୁଲ ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରା କେନ୍ଦ୍ର ସୁପରିଟେଣ୍ଡେଣ୍ଟ୍ ଦାୟିତ୍ୱ ନିର୍ବାହ କରିଥିଲା ବେଳେ ୯ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଇନଭିଜିଲେଟର ଭାବେ ନିୟୋଜିତ ରହିଥିଲେ  । ଏହି ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟବେକ୍ଷକ ଭାବେ ନବୋଦୟ ବିଦ୍ୟାଳୟ ତରଫରୁ ଗୌରବ ନାଗପାଲ୍ ଏବଂ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ପକ୍ଷରୁ ବିଇଓ ଚିନ୍ମୟ ମହାପାତ୍ର ଯୋଗ ଦେଇଥିଲେ  ।