ଉଦୟଭାନୁ ସାହିତ୍ୟ ସଂସଦର କବିତା ପାଠୋତ୍ସବ

ସିଂହପୁର : ବରୁଣେଇ ପୀଠ ଠାରେ ଉଦୟଭାନୁ ସାହିତ୍ୟ ସଂସଦ ପକ୍ଷରୁ ବିଷୁବ ମିଳନ ଓ କବିତା ପାଠ ଉତ୍ସବ ସଭାପତି ବ୍ରଜସୁନ୍ଦର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ପଣ୍ଡିତ ଭୂପତି ଭୁଷଣ ମିଶ୍ର, ପ୍ରଧ୍ୟାପକ ଦାମୋଦର ବେହେରା, ପ୍ରଧ୍ୟାପକ ଅଜୟ ଓଝା, ଚତ୍ରୁଭୁଜ ସାହୁ, ଔପନ୍ୟାସିକ ଜଗନ୍ନାଥ ଧଳ, ସମାଜସେବୀ ପଦ୍ମାକର ଗୁରୁ ଯୋଗଦାନ କରିଥିଲେ । ସଂପାଦକ ସୁରେନ୍ଦ୍ର କୁମାର ପତି ବିଷୁବ ମିଳନର ଆଭିମୁଖ୍ୟ ପ୍ରଦାନ୍ କରିଥିଲେ । ସଂସଦ ପକ୍ଷରୁ ପ୍ରାକ୍ତନ ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ଦାସ, ବର୍ଷୀୟାନ କବି ଭଗବାନ ଦାସ, କଣ୍ଠ ଶିଳ୍ପୀ ବୀଣାପାଣି ବିନ୍ଧାଣି, ଶିଶୁନୃତ୍ୟ ଶିଳ୍ପୀ କୟମିଶା ସାମଲକୁ ବିଷୁବ ସମ୍ମାନରେ ଉତରୀୟ, ପୁଷ୍ପଗୁଚ୍ଛ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରଯାଇଥିଲା । ଅତିଥି ଓଡିଆ ନୂତନ ବର୍ଷ ସଂପର୍କରେ ଆଲୋକ ପାତ କରିଥିଲେ । ପ୍ରାରମ୍ଭରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ବିଞ୍ଝାରପୁର, ବରୀ, ଦଶରଥପୁର, ରାଜକନିକା, ଆଳି ବ୍ଲକର ବହୁ କବି, କବୟିତ୍ରୀ ନିଜର ସ୍ୱରଚିତ କବିତା ପାଠ କରିଥିଲେ । ସଂଯୋଜକ ଭାବେ ଗଦାଧର ପଡ଼ିହାରୀ, ସନ୍ତୋଷ କୁମାର ବେହୁରିଆ, ଖଗେଶ୍ୱର ସାହୁ, ସୁଧୀର ଆଚାର୍ଯ୍ୟ, ସରୋଜ କୁମାର ମଲ୍ଲିକ ପ୍ରମୂଖ ଯୋଗ ଦେଇଥିଲେ । ଉତ୍ସବକୁ ସଂସଦର ସଭ୍ୟ ନିରଂଜନ ପାତ୍ର, ରାମଚନ୍ଦ୍ର ନାୟକ, ଅକ୍ଷୟ କୁମାର ସେଠୀ, ବାସୁଦେବ ପଣ୍ଡା, ବସନ୍ତ କୁମାର ସେଠୀ, ତ୍ରିଲୋଚନ ପତି, ରବିନାରାୟଣ ସାମଲ, ନିରଞ୍ଜନ ସାମଲ, ରବିନ୍ଦ୍ର କୁମାର ସାମଲ, ବିଷ୍ଟୁଚରଣ ସାମଲ, ଉମେଶ ସାମଲ, ଧନେଶ୍ୱର ଦାସ ପ୍ରମୁଖ ପରିଚାଳନା କରିଥିଲେ । ପ୍ରମୋଦ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।