ସୁଭଦ୍ରାକୁ ନେଇ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଘୋଷଣା । ୨ୟ ପର୍ଯ୍ୟାୟ ପୂର୍ବରୁ ହିଁ ପ୍ରଥମ କିସ୍ତିର ଶେଷ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ । ଗତ ଫେବ୍ରୁଆରୀ ୮ ତାରିଖରେ ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ମିଳିଥିଲା । ୪ର୍ଥ ପର୍ଯ୍ୟାୟରେ ୧୮ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିଥିଲା ସୁଭଦ୍ରା ଟଙ୍କା । ବାକି ରହିଯାଇଥିବା ହିତାଧିକାରୀମାନଙ୍କୁ ମଧ୍ୟ ସୁଭଦ୍ରା କିସ୍ତି ମିଳିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବର୍ତ୍ତମାନ ସୁଦ୍ଧା ୯୮ ଲକ୍ଷ ମହିଳା ସୁଭଦ୍ରା ଟଙ୍କା ପାଇସାରିଥିବା ବେଳେ ଆଉ ୨ ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ମାର୍ଚ୍ଚ ୮ ତାରିଖ ପୂର୍ବରୁ ୨ ଲକ୍ଷ ମହିଳାଙ୍କୁ ସୁଭଦ୍ରା ପ୍ରଥମ କିସ୍ତି ମିଳିବା ନେଇ ସ୍ପଷ୍ଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମାର୍ଚ୍ଚ ୮ ପୂର୍ବରୁ କୋଟିଏ ଛୁଇଁବ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ।
ଯେଉଁମାନେ ଡିବିଟି (DBT) ଏନାବେଲ୍ କରିନାହାନ୍ତି ସେମାନେ ବ୍ୟାଙ୍କ୍ ଯାଇ ତୁରନ୍ତ ଏହା କରିନିଅନ୍ତୁ । ଯେଉଁମାନେ ଯୋଗ୍ୟ କିନ୍ତୁ ରିଜେକ୍ଟ ହୋଇଛନ୍ତି ସେମାନେ ସେଣ୍ଟରକୁ ଯାଇ ସୁଭଦ୍ରା କମିଟି ସଦସ୍ୟଙ୍କୁ ଭେଟନ୍ତୁ, କମିଟି ଚାହିଁଲେ ଲିଷ୍ଟରେ ନାଁ ଯୋଡ଼ିହେବ । ସୂଚନା ଯେ, ସୁଭଦ୍ରା ଯୋଜନାର ୨ୟ କିସ୍ତି ଟଙ୍କା ମାର୍ଚ୍ଚ ୮ ତାରିଖ ଅର୍ଥାତ ମହିଳା ଦିବସରେ ଖାତାକୁ ଆସିବ । ଯେଉଁମାନେ ଆବେଦନ କରିନାହାନ୍ତି ସେମାନେ ଆବେଦନ କଲେ ଏକାଥରେ ଦୁଇଟି କିସ୍ତିର ୧୦ ହଜାର ଟଙ୍କା ଖାତାକୁ ଆସିବ । ଏକାଥରେ ୧ କୋଟିରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଆସିବ ସୁଭଦ୍ରାର ୨ୟ କିସ୍ତି ଟଙ୍କା ।